ଜନ୍ମ କରି ନବଜାତ ଶିଶୁ କନ୍ୟା କୁ ନାଳକୁ ଫିଙ୍ଗି ଦେଲା ନିଷ୍ଠୁର ମା” ।

ଅନୁଗୁଳ13/11/2023; କୁହାଯାଏ ମା” ର ପ୍ରେମ ସବୁବେଳେ ସ୍ୱାର୍ଥବିହୀନ , ଆଉ ମା”ର ମମତା ଚିର ହୃଦୟ ର ସ୍ପନ୍ଦନ । କିନ୍ତୁ ଏଭଳି ଜଣେ ମା” ଯିଏ ପଵିତ୍ର କାଳୀପୂଜା ଦିନ ନିଜ ନବଜାତ ଶିଶୁ କନ୍ୟାକୁ ଜନ୍ମ କରି ନାଳକୁ ଫିଙ୍ଗି ଦେଇଛି l ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାର ଶରଧାପୁର ଅଞ୍ଚଳରେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ନବଜାତ ଶିଶୁ କନ୍ୟାକୁ କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି l ଏପଟେ ନବଜାତ ଶିଶୁ ର ଜୀବନ ଥିବା ବେଳେ କୁକୁର ଝୁଣି ଝୁଣି ଖାଉଥିଲା l ଏହା ଦେଖି ଶରଧାପୁର ଅଞ୍ଚଳର କିଛି ସ୍ଥାନୀୟ ଲୋକ ସାମାଜସେବୀ ଚିନ୍ମୟୀ ଦାସ ଙ୍କୁ ଖବର ଦେଇଥିଲେ l ସେଠାରେ ଚିନ୍ମୟୀ ପହଞ୍ଚି ଉକ୍ତ ନବଜାତ ଶିଶୁ ର ମୃତ ଶରୀରକୁ ଉଦ୍ଧାର କରି ଅନୁଗୁଳ ସଦର ଥାନା ପୋଲିସ କୁ ହସ୍ତାନ୍ତର କରିଛନ୍ତି l ଯଦିଓ କେହି ଯୁବତୀ ଗର୍ଭବତୀ ଥିଲେ ତେବେ ଲୋକ ଲଜ୍ୟା ପାଇଁ ଏଭଳି କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଏଣୁ ଏ ଘଟଣା ଏବେ ଅନୁଗୁଳ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ , ଉକ୍ତ ଘଟଣାକୁ ନେଇ ଅନୁଗୁଳ ସଦର ପୋଲିସ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *