ଜନ ଶୁଣାଣିରେ ମିଛ ନାଟକ ସତ ପ୍ରହସନ

ଫୋକସ ପ୍ଲସ(ଖୋର୍ଦ୍ଧା) ୧୨/୦୯/୨୦୨୨:ଚିଲିକା ବ୍ଲକରେ ଥିବା ଆଜି ଜନ ଶୁଣାଣିରେ ନାହିଁ ନଥିବା ଲୋକଙ୍କ ଭିଡ଼ । ହଁ ଦର୍ଶକ ବନ୍ଧୁ ଆଜି ଖୋର୍ଦ୍ଧା ଜିଲ୍ଲା ପାଳଙ୍କ ଜନ ଶୁଣାଣୀରେ 17 ଗୋଟି ପାଞ୍ଚାୟତ ପକ୍ଷରୁ ଆସିଥିବା ସମସ୍ତ ଭୋଟର ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏଠି ପ୍ରଶ୍ନ ଉଠୁଛି ପ୍ରତି ମାସରେ ଚିଲିକା ବ୍ଲକରେ ଜନ ଶୁଣାଣୀ ଅଭିଯୋଗ ହେଉଥିବା ଖୋର୍ଦ୍ଧା ଜିଲ୍ଲା ପାଳଙ୍କ ନେତୃତ୍ୱରେ ସମସ୍ୟା ଦୂର ହେଉଛିତ,ଯଦି ହେଉଛି ତାହାହେଲେ ଆଜି 5,000 ଠାରୁ ଉର୍ଦ୍ଧ୍ବ ଲୋକେ କାହିଁକି ଆସିଛନ୍ତି । ଆଜି ଚିଲିକା ବ୍ଲକରେ ସୋରିଷ ବୁଣିବା ପାଇଁ ଲୋକଙ୍କ ଜାଗା ନଥିବା ବେଳେ ଲମ୍ବା ଲାଇନିରେ ସକାଳ ସାତ ଘଣ୍ଟିକା ଠାରୁ 4 ଘଣ୍ଟିକା ପର୍ଯ୍ୟନ୍ତ ଭିଡ଼ ଦେଖିବାକୁ ମିଳିଛି । ଏହି ଲମ୍ବା ଲାଇନି ଭିତରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା କଡ଼ା କଡ଼ି ବ୍ୟବସ୍ଥା ହୋଇଥିଲା । ସେପଟେ ସାଧାରଣ ଲୋକେ କହିବା କଥା ଜନ ଶୁଣାଣୀରେ ସରକାରଙ୍କ ର ଏ ଗୋଟେ ନାଟକ ପ୍ରହସନ ବୋଲି ଜଣା ପଡୁଛି ।ଯଦି ସାଧାରଣ ଲୋକଙ୍କ କାମ ହେଉଥାନ୍ତା ନିଶ୍ଚିତ ଭାବେ ବ୍ଲକ ପରିସରରେ ଏତେ ଭିଡ଼ ଦେଖିବାକୁ ପଡ଼ି ନଥାନ୍ତା । ଦେଖାଯାଉ ଆଜି ଲୋକଙ୍କ ପାଇଁ ଥିବା ମିଛ ନାଟକରେ ସତ ପ୍ରଶାସନ କେତେ ଲୋକଙ୍କ ପାଇଁ କାର୍ଯ୍ୟ ହେଉ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *