ଫୋକସ ପ୍ଲସ(ବୋରିଗୁମ୍ମା)୧/୦୮/ ୨୦୨୨:କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପରିସରରେ କୋରାପୁଟ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ବୋରିଗୁମ୍ମା ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରଣୟ ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ କୋରାପୁଟ ଜିଲ୍ଲାପାଳ ମହମ୍ମଦ ଆକତର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିଥିଲେ । ଏହି ଜନ ଶୁଣାଣି ଶିବିରରେ ବ୍ଲକର 31 ଗୋଟି ପଂଚାୟତର ଲୋକେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ପାଳଙ୍କ ଦ୍ୱାରାସ୍ତ ହୋଇ ଥିଲେ । ଜିଲ୍ଲାପାଳଙ୍କ ସହିତ କୋରାପୁଟ ଏସପି ବରୁଣ ଗୁଣ୍ଠୁପାଲି ଏବଂ ବିଭିନ୍ନ ବିଭାଗର ଅଧିକାରୀ ,ନିର୍ବାଚିତ ଜିଲ୍ଲାପରିଷଦ ,ସରପଞ୍ଚ ଓ ସମିତି ସଭ୍ୟ ମାନେ ମଧ୍ୟ ଏହି ଶିବିର ରେ ଯୋଗ ଦେଇ ଥିଲେ । ବିଶେଷକରି ସାମାଜିକ ସୁରକ୍ଷା, ଚାଷୀ ,ଜଳ ଯୋଗାଣ,ସ୍ୱାସ୍ଥ୍ୟ ,ରାସ୍ତା ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ଉପରେ ଜିଲ୍ଲାପାଳଙ୍କ ଅଭିଯୋଗ କାରୀ ଦୃଷ୍ଟି ଆକର୍ଷଣ କରିଥିଲେ ।
ବୋରିଗୁମ୍ମା ରୁ ମାନସ ରଞ୍ଜନ ହୋତାଙ୍କ ରିପୋର୍ଟ ଫୋକସ ପ୍ଲସ