ଲକ୍ଷାଧିକ ଟଙ୍କାର ଚନ୍ଦନ କାଠ ଜବତ

ଫୋକସ ପ୍ଲସ(ଗଜପତି): କାଶୀନଗର ପୋଲିସ ଦ୍ବାରା ବିପୁଳ ପରିମାଣର ଚନ୍ଦନ କାଠ ଜବତ, ଦୁଇ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ମାନେ ହେଲେ ଗୁମ୍ମା ବ୍ଲକ ଅନ୍ତର୍ଗତ ପାର୍ତଡା ପଞ୍ଚାୟତ ଗୋରବା ଗ୍ରାମର ଅମିନଦେବ ମଣ୍ଡଳ ଅନ୍ୟଜଣେ କେ.ସୀତାପୁର ଗ୍ରାମର ଗୋଦାମ ମାଲିକ ଦନାର୍ଦ୍ଦନ ଚରତି। ବିଳମ୍ବିତ ରାତ୍ରିରେ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ପୋଲିସ ପେଟ୍ରୋଲି କରୁଥିବା ବେଳେ ସନ୍ଦେହରେ ଏକ ବାଇକକୁ ଯାଞ୍ଚ କରିଥିଲା ପୋଲିସ, ତାଠାରୁ କିଛି ପରିମାଣର ବାସ ଚନ୍ଦନ କାଠ ପାଇବା ପରେ ଅଧିକ ଖୋଳତାଡ କରି ଏକ ସିମେଣ୍ଟ ଗୋଦାମରୁ ପାଞ୍ଚଟି ବସ୍ତାରେ ଗଛିତ ଥିବା ଚନ୍ଦନ କାଠକୁ ଜବତ କରିଛି । ଗୋଦାମ ମାଲିକ ଓ ଅନ୍ୟ ଜଣେ ଚାଲାଣ କାରିକୁ ଧରିବାରେ ସଫଳ ହୋଇଛି କାଶୀନଗର ପୋଲିସ।ଜବତ କାଠର ଆନୁମାନିକ ମୁଲ୍ୟ ଏକ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ କହିଛି।

ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ଏବଂ କେଉଁ ଅଞ୍ଚଳରୁ ଚୋରି ହୋଇଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା ତାହା ନେଇ ତଦନ୍ତ ଜାରି ରଖିଛି। ଗୁମ୍ମା ଜଙ୍ଗଲରୁ ଚୋରିକରି ବ୍ରହ୍ମପୁର ଓ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଜବତ ପରେ ବନ ବିଭାଗ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଛି ପୋଲିସ । ବିଭାଗୀୟ ଅଧିକାରୀଙ୍କ ଦ୍ବାରା ଏହା ବାସ ଚନ୍ଦନ କାଠ ବୋଲି ସ୍ବଷ୍ଟ ହୋଇଥିବା ବେଳେ ଅଧିକ ତଦନ୍ତ ଆବଶ୍ୟକ ରହିଛି।

ପାରଳାଖେମୁଣ୍ଡି,ଗଜପତିରୁ ପ୍ରେମାନନ୍ଦ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *