ଜବତ ହେଲା ୬୪୦ ବୋତଲ କଫ ସିରଫ

ଫୋକସ ପ୍ଲସ(ବୌଧ) ୧୨/୦୯/୨୦୨୨: ବୌଦ୍ଧ ଜିଲ୍ଲା ର ମନମୁଣ୍ଡା ଥାନା ମନମୁଣ୍ଡା NH 57 ତେଳନଦୀ ପାର୍ଶ୍ବ ଗାନ୍ଧୀ ଛକ ଠାରେ ଆଜି ସକାଳ ୧୧ଘଣ୍ଟା ସମୟରେ ଗାଡି ମଟର ଯାଞ୍ଚ କରୁଥିବା ସମୟରେ ବୌଦ୍ଧ ପଟରୁ ଆସୁଥିବା ଏକ ଧଳା ରଙ୍ଗ ର ସୁଇପ୍ଟ ଡିଜାର କାର ପୋଲିସ କୁ ଦେଖି ଚମ୍ପଟ ମାରୁଥିବା ବେଳେ ପୋଲିସ ଉକ୍ତ ଗାଡି କୁ ପିଛା କରି ଅଟକାଇ ଥିଲା। ଗାଡି ଟିକୁ ତନାଖି କରିବାରୁ ବିପୁଳ ପରିମାଣରେ କଫ ସିରଫ ଓ ଟେବ୍ଲେଟ ଥିଲା, ।ପୋଲିସ କଫ ସିରଫ ର କାଗଜପତ୍ର ମାଗିବାରୁ ଗାଡିରେ ଥିବା ବଲାଙ୍ଗୀର ଜିଲ୍ଲା ମାଲପଡା ର ଜଗବନ୍ଧୁ ମେହେର [୩୩] ଦେଇପାରି ନ ଥିଲେ ।ତେବେ କଫସିରବ ଗୁଡିକ ବେଆଇନ ଭାବରେ ଚାଲାଣ କରୁଥିବାରୁ ମନମୁଣ୍ଡା ପୋଲିସ ତରଫରୁ କେସ୍ ନଂ ୧୬୮୵୨୨ Act ୨୭୩,୨୭୪,୨୭୫, ରେ ମାମଲା ରୁଜୁ କରି କଫସିରବ, ଗାଡି କୁ |ଜବତ କରିବା ସମେତ ଜଗବନ୍ଧୁ ମେହେର ଙ୍କୁ କୋଟ ଚାଲାଣ କରିଥିବା ନେଇ ବୌଦ୍ଧ ଉପଖଣ୍ଡ ପୋଲିସ ଅଧିକାରୀ ଆନନ୍ଦ ବର୍ଦ୍ଧନ ଗୁରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *