ଜବଲପୁର ଡାକ୍ତରଖାନାରେ ଅଗ୍ନିକାଣ୍ଡ,୧୦ ଜଣଙ୍କର ମୃତ୍ୟୁ

(ବ୍ୟୁରୋ)୦୧/୦୮: ସୋମବାର ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡରେ ୧୦ଜଣଙ୍କର ମୃତ୍ୟୁ ଘଟିଛି ।ସୋମବାର ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ଗୋହଲପୁର ପୋଲିସ ଷ୍ଟେସନ ପରିସରର ନ୍ୟୁ ଲାଇଫ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଘଟିଛି।

ଅଗ୍ନିକାଣ୍ଡରେ ଦଶ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଥିବା ଜବଲପୁର ଜିଲ୍ଲା କଲେକ୍ଟର କହିଛନ୍ତି ।ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣାକୁ ନିଶ୍ଚିତ କରି ଜବଲପୁର ପୋଲିସ ଅଧିକାରୀ ସିଦ୍ଧାର୍ଥ ବାହୁଗୁନା କହିଛନ୍ତି ଯେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ୩ ଜଣ ଗୁରୁତର ପୋଡ଼ି ଯାଇଛନ୍ତି, ଏବଂ ଅବସ୍ଥା ଗୁରୁତର ରହିଛି | ବାହୁଗୁନା କହିଛନ୍ତି, “ଡଜନରୁ ଅଧିକ ଲୋକ ମଧ୍ୟ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି।” ଖବର ଅନୁଯାୟୀ, ଡାକ୍ତରଖାନାରୁ ବାହାରକୁ ଯିବାର କେବଳ ଗୋଟିଏ ଉପାୟ ଥିବାରୁ ଅଧିକାଂଶ ଲୋକ ଭିତରେ ଫସି ରହିଥିଲେ। ଏପରିକି ଅଗ୍ନିଶମ ବାହିନୀ ଗାଡି ମଧ୍ୟ ଆରମ୍ଭରେ ନିଆଁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇନଥିଲା। ପରେ, ଯେତେବେଳେ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ବିଦ୍ୟୁତ୍ ସଂଯୋଗ କାଟିଲେ, ଏକ ଘଣ୍ଟା ଉଦ୍ୟମ ପରେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା|

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଟୁଇଟର ରେ ଚୌହାନ କହିଛନ୍ତି, “ଏହି ଦୁଃଖ ରେ ଶୋକସନ୍ତପ୍ତ ପରିବାର ନିଜକୁ ଏକୁଟିଆ ଭାବିବା ଉଚିତ ନୁହେଁ। ସମଗ୍ର ମଧ୍ୟପ୍ରଦେଶ ଏବଂ ମୁଁ ସେମାନଙ୍କ ସହ ରହିଛୁ । ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ। ଗୁରୁତର ମାନଙ୍କୁ 50 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ସରକାର ଆହତଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବେ। ”

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *