ଜମା ଅର୍ଥ ଫେରସ୍ତ ଦାବୀରେ ରାଜରାସ୍ତାରେ, ସାହାରା ଜମାକାରୀ ।

ବ୍ରହ୍ମପୁର22/11/2023; ଆଜି ବ୍ରହ୍ମପୁର ଜିଲ୍ଲାର ସମସ୍ତ ସାହାରା ଜମାକାରୀ ଏକ ଶୋଭାଯାତ୍ରାରେ ବାହାରୀ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ୬ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ OPID ଓ କେନ୍ଦ୍ର ସରକାରଙ୍କ BUDS Act ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଅଧିନରେ ଥିବା ୮ଟି ଜିଲ୍ଲାରେ କଡାକଡି ଭାବେ କାର୍ଯ୍ୟକାରୀ କରିବା,ସାହାରା ସଂସ୍ଥାର ଓଡିଶା ଜମାକାରୀଙ୍କ ପାଇଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶକ୍ରମେ ୫ହଜାର କୋଟି ଆଣି ଜମାକାରୀଙ୍କୁ ପ୍ରଦାନ କରିବେ,ସମସ୍ତ ଜମାକାରୀ ଅନଲାଇନ୍ ଓ ଅଫଲାଇନରେ ପ୍ରତ୍ୟେକ ଜିଲ୍ଲାର ADM ଙ୍କୁ ଏଫିଟେଭିଟ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିବା ଇତ୍ୟାଦି ୫ ଦଫା ଦାବୀ ଆରଡିସିଙ୍କୁ ପ୍ରଦାନ କରିଥିଲା ସାହାରା ଜମାକାରୀ ମଞ୍ଚ ।

Leave a Reply

Your email address will not be published. Required fields are marked *