ଜମି ଜବରଦଖଲ ନେଇ ତହସିଲଦାର ଙ୍କୁ ଫେରାଦ ହେଲେ ଗ୍ରାମବାସୀ

ଫୋକସ ପ୍ଲସ(କଳାହାଣ୍ଡି)୧୭/୦୮/୨୦୨୨: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଞ୍ଚାୟତ ଅନ୍ତର୍ଗତ ଭାଳିଆଯୋର ଗ୍ରାମରେ ଦେବାଦେବୀ ଙ୍କ ସେବାପୁଜା ପାଇଁ ରହିଥିବା ୧୭ ଏକଡ଼ ୫୨ ଡେଶମିଳ ଭୋଗରା ଜମି କୁ ଗ୍ରାମର ଝାଙ୍କର କାଶିନାଥ ଧଙ୍ଗଡା ମାଝୀ ପୁରୁଷାନୁକ୍ରମେ ଦଖଲ କରି ଆସୁଛନ୍ତି ଓ ଅଞ୍ଚଳରେ ଦେବାଦେବୀ ଙ୍କ ପୂଜାର୍ଚ୍ଚନା କରି ଆସୁଛନ୍ତି। ତେବେ ଗ୍ରାମର କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ମାନେ ନୂଆ ଏକ ଦେବିପିଠ ନିର୍ମାଣ କରି ଉପରୋକ୍ତ ଜମି କୁ ବଳପୂର୍ବକ ଦଖଲ କରୁଛନ୍ତି। ଏହି ଭୋଗରା ଜମି ଦଖଲ ପାଇଁ ମାନ୍ୟବର ସିଭିଲ ଜର୍ଜ ୩୧/୦୧/୨୦୧୩ ରେ କାଶିନାଥ ଧଙ୍ଗଡା ମାଝୀ ଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି ଓ ଏନେଇ ଏକ ଚୁକ୍ତିନାମା ୫/୦୪/୨୦୧୦ ରେ କୋକସରା ଥାନାରେ ମଧ୍ୟ ହୋଇଛି। କିନ୍ତୁ ବିଶୃଙ୍ଖଳା କରି କୋର୍ଟ ଓ ଥାନା ରାଜିନାମା କୁ ବେଖାତିର କରି ଏକ ଗୋଷ୍ଟି ବଳପୂର୍ବକ ଦଖଲ କୁ ନେଇଛନ୍ତି। ଏହାକୁ ବିରୋଧ କରି ବଡ଼ପୋଡ଼ାଗୁଡା,ଭାଳିଆଯୋର,ଦାବ୍ରି ଗୁଡା,ତଲାଗା, ସର୍ଗିଗୁଡା ରଏନଗୁଡା ଗ୍ରାମବାସୀ ମାନେ କୋକସରା ତହସିଲଦାର କାର୍ଯ୍ୟାଳୟରେ ଆସି ଅଭିଯୋଗ କରିଛନ୍ତି। ତହସିଲଦାର ରାକେଶ ପରୁଆ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଳି କହିଛନ୍ତି।

 

କଳାହାଣ୍ଡି ଜିଲ୍ଲା  କୋକସରା ବ୍ଲକ ରୁ ତ୍ରିଲୋକ୍ୟ ବେଶ୍ରା ଙ୍କ ରିପୋର୍ଟ ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *