ଜମି ସ୍କାମ୍

ଫୋକସ ପ୍ଲସ (ନିଶ୍ଚିନ୍ତକୋଇଲି)୧୫/୦୭/୨୦୨୨: ସହରାଞ୍ଚଳ ଭଳି ଏବେ ଗ୍ରାମାଞ୍ଚଳରେ ଦେଖା ଦେଇଛି ଜମି ସ୍କାମ୍। କେଉଁଠି ଜମି ବର୍ଷ ବର୍ଷ ତଳୁ ବାପ-ଅଜା ବିକ୍ରି କରିଥିବା ବେଳେ ପୁଅ ଦଖଲ ଖାରଜ୍ କରି ଚଞ୍ଚକତା ପୂର୍ବକ ନିଜ ନାଁ କୁ କରି ବିକ୍ରୀ ଜମି ଅନ୍ୟକୁ ବିକୁଛି। ଖାଲି ସେତିକି ନୁହେଁ ଗୋଟିଏ ଜମି କୁ ଏକାଧିକ ବାର ବିକ୍ରି କରା ଯାଉଥିବା ଅଭିଯୋଗ ମଧ୍ୟ ଆସିଛି।
ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ମହାଜନପୁର ଗାଁ ରୁ। ପ୍ରଥମେ ୨୦୦୨ ମସିହାରେ ମହାଜନପୁର ଗାଁ ର ଗନ୍ଧର୍ବ ମହାପାତ୍ର, ଦୁର୍ଯୋଧନ ମହାପାତ୍ର, ରମେଶ ମହାପାତ୍ର, କୈଳାସ ମହାପାତ୍ର ଏବଂ ଆନନ୍ଦ ମହାପାତ୍ର ଙ୍କ ଠାରୁ ୬୪୦ ଡିସିମିଲ ଜମି ରୁ ଗୋଟିଏ ଅଂଶ ୧୩୦ ଡିସିମିଲ ଜମି ଶିଶିର ଦାସ କିଣି ସେଥିରୁ ଶିଶିର ନିଜ ଭଉଣୀ ହରପ୍ରିୟା ସାମଲ ଙ୍କୁ ୪୦ ଡିସିମିଲ ଜମି ବିକ୍ରି କରିଥିବା ବେଳେ ମୂଳ ଜମି ମାଲିକ ଙ୍କ ଠାରୁ ହରପ୍ରିୟା ଆଉ ୪୦ ଡିସିମିଲ ଜମି କିଣି ମୋଟ ୮୦ ଡିସିମିଲ ଜମିପଟ୍ଟା ପାଇଥିଲେ। ହେଲେ ଦୁର୍ଯୋଧନ ମହାପାତ୍ର ଙ୍କ ପୁଅ ପ୍ରସନ୍ନ ମହାପାତ୍ର ଜମିର କିସମ ଚଞ୍ଚକତା କରି ବିକ୍ରୀ ଜମିର କିସମ ବଦଳାଇ ଘରବାରି କରି ଅନ୍ୟତ୍ର ବିକ୍ରି କରିବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ଜମି କିଣିଥିବା ଗ୍ରାହକମାନେ।

ଏହି ଜମି ସ୍କାମ୍ ରେ ନିଶ୍ଚିନ୍ତକୋଇଲି ତହସିଲ ପ୍ରଶାସନ ସଂଦେହ ଘେରରେ ଥିବା ବେଳେ ଜମି କିଣିଥିବା ଗ୍ରାହକ ଶିଶିର ଙ୍କୁ ମିଳୁନାହିଁ ଜମିପଟ୍ଟା। ତେଣୁ ନିଶ୍ଚିନ୍ତକୋଇଲି ତହସିଲ ଜମି ପଟ୍ଟା ଦେଉ ନଥିବା ବେଳେ ଶିଶିର ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବା ସହିତ ୫ଟି ସଚିବ, ରାଜସ୍ବ ମନ୍ତ୍ରୀ, ରାଜସ୍ବ ଆୟୋଗ, କଟକ ଉପଜିଲ୍ଲାପାଳ ଓ ନିଶ୍ଚିନ୍ତକୋଇଲି ତହସିଲଦାର ଙ୍କୁ ଅଭିଯୋଗ କରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ କୈାଣସି ନ୍ୟାୟ ମିଳିନାହିଁ। ଖାଲି ଶିଶିର ନୁହନ୍ତି ସେହିଭଳି ମହାଜନପୁର ଗାଁ ର ସିତାଂଶୁ ଦାସ୍ ମଧ୍ୟ ଏହି ଜମି ସ୍କାମ୍ ରେ ଫସି ସାଲେପୁର ଥାନା ରେ ମାମଲା ରୁଜୁ କରିଛନ୍ତି। ସାଲେପୁର ପୋଲିସ ନିଶ୍ଚିନ୍ତକୋଇଲି ତହସିଲଦାର ଓ ସଂପୃକ୍ତ ଜମି ସ୍କାମ୍ ରେ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷ ଙ୍କ ବିରୋଧରେ ମାଳ ମାଳ ଦଫା ଲଗାଇ ତଦନ୍ତ ଆରମ୍ଭ କରିଛି। ଏ ବାବଦରେ ଆମେ ପ୍ରସନ୍ନ ମହାପାତ୍ର ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ ଫୋନ୍ ଉଠାଇ ନଥିଲେ।

ଜୀବନ ଯାକ ସଞ୍ଚିତ ଅର୍ଥ ରେ ଜମି କିଣି ଘର ଖଣ୍ଡିଏ କରି ବଞ୍ଚିବା କୁ ଚେଷ୍ଟା କରୁଥିବା ବେଳେ ସେହି ଜମି ର କିସମ ବଦଳାଇ ଅନ୍ୟ ଜଣଙ୍କୁ ବିକି ନଦେବ ସେକଥା କିଏ କହି ପାରିବ। ଏଭଳି ଘଟଣା ଗଦା ଗଦା ସହରରେ ଚାଲୁଥିବା ବେଳେ ଏବେ ଗ୍ରାମାଞ୍ଚଳକୁ ବ୍ୟାପିଛି। ତେଣୁ ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଜମି ଖରିଦ୍ କରିଥିବା ମୁସ୍ତାରୀ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଂଚଳବାସୀ ଦାବି କରିଛନ୍ତି।

ନିଶ୍ଚିନ୍ତକୋଇଲି ରୁ ଫାଲ୍ଗୁନୀ ପଣ୍ଡାଙ୍କ ରିପୋର୍ଟ ଫୋକସ୍ ପ୍ଲସ୍ |

Leave a Reply

Your email address will not be published. Required fields are marked *