ଜରି ପାଲ ତଳେ ବିତୁଛି ଜୀବନ, ଗୁହାରି ଶୁଣୁନି ପ୍ରଶାସନ |

ବୁଗୁଡ଼ା୨୧/୦୨/୨୦୨୪: ଜରି ପାଲ ତଳେ ବିତୁଛି ମା, ଝିଅଙ୍କ ଜୀବନ, ଗୁହାରି ଶୁଣୁନି ପ୍ରଶାସନ | ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରତି ପଞ୍ଚାୟତରେ ନିଜ ଯୋଜନା ଓ ବିକାଶର କଥା ବଖାଣୁଥିବାବେଳେ ପ୍ରକୃତ ହିତାଧିକାରୀ ଏହି ସବୁ ଯୋଜନାରୁ ବଞ୍ଚିତ ଅଛନ୍ତି, ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ରାଉତି ପଞ୍ଚାୟତ ଅନ୍ତର୍ଗତ କୁଶାପଲ୍ଲୀ ଗ୍ରାମରେ, ସୂଚନା ଅନୁସାରେ ଏହିଗ୍ରାମର ନିର୍ମଳା ନାଇକି, ବୟସ 74 ବର୍ଷ, ସ୍ୱାମୀ ଚାଲିଗଲାପରେ ଦୀର୍ଘ 7ବର୍ଷ ହେଲା ନିଜ ଝିଅକୁ ଧରି ଅତି ଦୟନୀୟ ଅବସ୍ଥାରେ ଜରି ପାଲ ତଳେ ରହିଆସୁଛନ୍ତି, ବିଧବା ଭର୍ତ୍ତା ପାଇଁ ପଞ୍ଜିକରଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ମିଳିପାରିଲାନାହିଁ, ରୋଜଗାର କରିବାର ସକ୍ଷମ ନଥିବାରୁ ଝିଅ ମୁଲ ଲାଗି ପେଟକୁ ଦାନା ଯୋଗାଡ଼ କରୁଛି, ସ୍ୱାମୀ ବଞ୍ଚିଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପାଇ କୋଡିଏ ହଜାର ଟଙ୍କା ପାଇଥିଲେ ସେହି ଟଙ୍କା ଖର୍ଚ୍ଚ କରି ଘରର ମୂଳଦୁଆ ପକାଇଥିଲେ ସ୍ୱାମୀ ଚାଲିଗଲାପରେ ଆଉ ସହାୟତା ରାଶି ମିଳିଲାନାହିଁ, ପ୍ରଶାସନିକ ଅଥିକାରୀଙ୍କ ନିକଟରେ ଗୁହାରି କଲେମଧ୍ୟ କେହି କିଛି ଶୁଣୁନଥିବାରୁ ଅତି ଦୁଃଖ କଷ୍ଟରେ ଜରିପାଲ ତଳେ ନିଜ ଭାଗ୍ୟକୁ ଆଦରି ପଡିରହିଛନ୍ତି, ଯଦି ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ସହାୟତା ରାଶି ଯୋଗାଇଦେବା ସହିତ ବିଧବା ଭର୍ତ୍ତା ଯୋଗାଇ ଦିଅନ୍ତେ ତେବେ ଏହି ଅସହାୟ ମହିଳାଙ୍କ ଦୁଃଖ ଦୂର ହୋଇପାରନ୍ତା |

Leave a Reply

Your email address will not be published. Required fields are marked *