ଜଳକା ବନ୍ୟା

ଫୋକସ ପ୍ଲସ(ବସ୍ତା) ୧୨/୦୯/୨୦୨୨: ପୁଣି ଜଳକା ନଦୀରେ ବନ୍ୟା !ଲଘୁଚାପ ଜନିତ ବର୍ଷା ଯୋଗୁଁ ଉପର ମୁଣ୍ଡରେ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଦେଖା ଦେଇଛି |ମଥାନୀ ଠାରେ ବିପଦ ସଂକେତ 6.30 ମିଟର ଥିଲା ବେଳେ ସକାଳ 7 ଟା ସୁଦ୍ଧା 5.98 ମିଟରରେ ପ୍ରଭାବିତ ହେଉଛି ବନ୍ୟା ପାଣି !3 ଦିନଧରି ଲଘୁଚାପ ବର୍ଷା ଯୋଗୁଁ ମୟୁରଭଞ୍ଜ ଜିଲ୍ଲା.ଶୁଳିଆପଦା ,ମୁରୁଡା ,ଚିତ୍ରଡା |ରାସଗୋବିନ୍ଦ ପୁର ଅଂଚଳରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଥିବା ଯୋଗୁଁ ଜଳକା ନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଛି |ଜଳକା ନଦୀରେ ବନ୍ୟା ଆସିଥିବା ଯୋଗୁଁ ତଳିଆ ଅଂଚଳ ଲୋକ ମାନଙ୍କ ଭିତରେ ଭୟ ଦେଖା ଦେଇଛି | ବନ୍ୟା ହେଲେ ବସ୍ତା ବ୍ଲକର ୧୩ଟି ପଂଚାୟତର ୨୦ରୁ ଅଧିକ ଗାଁ ଓ ସଦର ବ୍ଲକରେ ଦୁଇଟି ପଞ୍ଚାୟତରେ ୧୦ରୁ ଅଧିକ ଗାଁ ବନ୍ୟାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି ଏପଟେ ବାରମ୍ବାର ବନ୍ୟା ଆସିବା ଫଳରେ ଚାଷୀ ମାନେ ନାହିଁ ନଥିବା ରେ ଅସୁବିଧା ରେ ପଡୁଛନ୍ତି |

Leave a Reply

Your email address will not be published. Required fields are marked *