ଜଳବନ୍ଦୀ ରେ ଜୀବନ କାଟୁଛନ୍ତି ୬ରୁ ଉର୍ଦ୍ଧ ଗାଁ

ଫୋକସ ପ୍ଲସ(ଗଜପତି)୨୧/୦୮/୨୦୨୨: ଗ୍ରାମ ବାସୀଙ୍କ ଦ୍ୱାରା ତିଆରି ହୋଇଥିବା କାଠ ପୋଲ ଲଗାଣ ବର୍ଷାରେ ଭାସିଗଲା | ଫଳରେ ଏବେ ୬ ରୁ ଉର୍ଦ୍ଧ୍ବ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଯାହାରୀ ଫଳରେ ସ୍କୁଲ, କଲେଜ, ମେଡିକାଲ ଏବଂ ଘର ପାଇଁ ସଉଦା ଆଣିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏ ପୋଲ ଉପରେ ନିର୍ଭର କରୁଥିବା ଗ୍ରାମବାସି |ଆମେ କହୁଛୁ ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତ ବାଦପୁର ଗାଁ ନିକଟରେ ଥିବା ଘୋଡ଼ାହାଡ଼ ନଦୀରେ ଥିବା ଅସ୍ଥାୟୀ କାଠ ପୋଲ କଥା ବନ୍ୟା ପାଣିରେ ଭାସି ଯିବା ପରେ ଏବେ ବାଦପୁର, କୋଦାଳବାଡ଼, ଘାଟିଆମ୍ବ, ପିମ୍ପଡ଼ାପଦର ଗାଁ ସମେତ ୬ ରୁ ଉର୍ଦ୍ଧ ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ଏବେ ଜଳ ବନ୍ଦୀ ଜୀବନ କାଟୁଛନ୍ତି ଗ୍ରାମବାସୀ। ନଦୀରେ କୁମ୍ଭୀର ଭୟ ଥିଲେ ମଧ୍ୟ ଜୀବନକୁ ପାଣି ଛଡେଇ ବାଧ୍ୟ ହୋଇ ମେଡ଼ିକାଲ, ପଞ୍ଚାୟତ, ବଜାର ହାଟ ସମେତ ଅତି ଆଶ୍ୟକୀୟ କ୍ଷେତ୍ରରେ କେହି କେହି ନଦୀ ପାର ହେଉଛନ୍ତି । ତେବେ କିଭଳି ସମସ୍ୟା ଭୋଗୁଛନ୍ତି ଆପଣ ସିଧା ସଳକ ଦେଖୁଛନ୍ତି | ତେବେ ଦେଖିବାକୁ ବାକିରହିଲା କେବେ ପହଞ୍ଚିବ ପ୍ରଶାସନ ଆଉ କେବେ ଦୁଃଖ ଦୂର ହେବ ଏ ସାଧାରଣ ଲୋକଙ୍କ |

ଗଜପତି ରୁ ସୁଶାନ୍ତ ମାଳି ଙ୍କ ରିପୋର୍ଟ ଫୋକସ ପ୍ଲସ l

Leave a Reply

Your email address will not be published. Required fields are marked *