ଜଳିଗଲା ଚା ଦୋକାନ ଲକ୍ଷାଧୂକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ

କନ୍ଧମାଳ: ଜିଲ୍ଲା ବଲିଗୁଡା ରେ ଜଳିଗଲା ଚା ଦୋକାନ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଗଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖ‌ିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଦେଇ ଯାଇଥ‌ିବା ୫୯ ନଂ ଜାତୀୟ ରାଜପଥ ବୁଡାଗୁଡ଼ା ଛକ ନିକଟରେ । ଘଟଣା ପ୍ରକାରେ ଗତକାଲି ରାତ୍ର ୧୦ ଟା ପରେ ତା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ । ପାଖାପାଖୁ ରାତି ୧୧ଟା ସମୟରେ ଦୋକାନ ଭିତରୁ ଧୁଆଁ ବାହାରୁଥ‌ିବା ଥ‌ିବା ଦେଖି ଆଖପାଖ ଦୋକାନୀ ଏକାଠି ହୋଇ ଦୋକାନରେ ନିଆଁ ଲାଗିଥିଲା ଜାଣି ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୋକାନର ସମସ୍ତ ସାମଗ୍ରୀ ଓ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା ।ଦୋକାନରେ ଥ‌ିବା ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା କୁହାଯାଉଛି। ତେବେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାବତ୍ ସୃଷଭାବରେ ଜଣାପଡିନାହିଁ।କନ୍ଧମାଳ ଜିଲ୍ଲା

Leave a Reply

Your email address will not be published. Required fields are marked *