ଜଳିଗଲା ୮୦ଲକ୍ଷ ଟଙ୍କା

ଫୋକସ ପ୍ଲସ(ଭଦ୍ରକ)୨୭/୦୮/୨୦୨୨: ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ମୁଖ୍ୟ ବଜାର ବ୍ଲକରୋଡ଼ ଅଞ୍ଚଳରେ ଏକ ଲୁହା ଉପକରଣ ତିଆରି କାରଖାନା ରେ ଭୟା ଭୟ ଅଗ୍ନି କାଣ୍ଡ ଘଟିଯାଇଛି |ସୂଚନା ଅନୁଯାୟୀ ଚାରି ମହଲା ବିଶିଷ୍ଟ ଆରତୀ ଫେବ୍ରୀକେସନରେ କୌଣସି କାରଣରୁ ସକାଳ 8,30 ଟା ସମୟରେ ନିଆଁ ଲାଗିଯାଇଥିଲା |ଭିତରେ ରଙ୍ଗ ସ୍ପିରିଟି ଓ ଥିନର ପ୍ରଚୁର ପରିମାଣର ଥିବାରୁ ନିଆଁ ର ତାଣ୍ଡବ ଉଗ୍ର ରୂପ ନେଇଥିଲା |ଖବର ପାଇ ବାସୁଦେବପୁର ଅଗ୍ନିସମ ବିଭାଗର ଅଧିକାରୀମାନେ ଦୁଇଟି ଦମକଳ ସହ ପହଞ୍ଚି ନିଆଁ କୁ ଲିଭାଇବା ପାଇଁ ଅକ୍ଲାନ୍ତ ପ୍ରଚେଷ୍ଟା କରିଥିଲେ |ମାତ୍ର ସେତେବେଳେ କୁ କାରଖାନା ମଧ୍ୟରେ ତିଆରି ହୋଇରହିଥିବା ବିଭିନ୍ନ ଗୃହ ଉପକରଣ ପୋଡିଜଳି ପାଉଁଶ ହୋଇଯାଇଥିଲା |ଏହି ଅଗ୍ନିକାଣ୍ଡ ଯୋଗୁଁ ପାଖା ପାଖି ୮୦ ଲକ୍ଷ ଟଙ୍କାର ଘରୋଇ ଉପକରଣ କ୍ଷତି ହୋଇଥିବାର ପ୍ରାଥମିକ ଆକଳନ ପରେ ସ୍ଥାନୀୟ ତହସିଲଦାର ଅନିତା ନାୟକ ସୂଚନା ଦେଇଛନ୍ତି |ଜଣେ ଖିଦ୍ର ଯୁବ ଉଦ୍ୟଗି ପ୍ରକାଶ ଚନ୍ଦ ବିଶାଇ ଆଠ ବର୍ଷ ପୂର୍ବରୁ କରିଥିବା ଏହି ଶିଳ୍ପ ଅନୁଷ୍ଠାନ ଟି ପୋଡିଯିବା ପରେ ଦୁଃଖର ଭଙ୍ଗୀ ପଡିଛନ୍ତି |ପ୍ରଶାସନ ପକ୍ଷରୁ ତାଙ୍କୁ କ୍ଷତି ପୂରଣ ମିଳିବା ନେଇ ଦାବି ହୋଇଛି | ମାତ୍ର ଏଠି ଅନ୍ୟ ଏକ ପ୍ରଶ୍ନ ମଧ୍ୟ ସାଧାରଣରେ ଉଠୁଛି ! ବିନା ଫାୟାର ସେଫ୍ଟିରେ ଓ ଫାୟାର ଲାଇସେନ୍ସରେ ଏତେ ବଡ଼ ଏକ ବାଣିଜ୍ୟ ପ୍ରତିଷ୍ଠାନ ବ୍ୟବସାୟିକ ଲାଇସେନ୍ସ ପାଇଲେ କିପରି |ଅଗ୍ନି ବିଭାଗ ପୂର୍ବରୁ ଏହିପରି ବଡ଼ ବଡ଼ ବାଣିଜ୍ୟ ପ୍ରତିଷ୍ଠାନ ଗୁଡିକରେ ଅଗ୍ନିନିର୍ବାପନ ବ୍ୟବସ୍ତା ହୋଇଛି କି ନାହିଁ |ଏ ବିଷୟରେ ଅନୁଧ୍ୟାନ କରୁନାହାଁନ୍ତି କିପରି |ସୋଭାଗ୍ୟ କୁ ଆଜି ସେହି କାରଖାନାରେ କାମ କରୁଥିବା ୧୦ ରୁ ୧୫ ଜଣ କାରିଗର ସେହି ନିଆଁ ମୁହଁରୁ ରକ୍ଷା ପାଇଯାଇଛନ୍ତି |ସତ ମାତ୍ର ଯଦି କୌଣସି କ୍ଷତି ହୋଇଥାନ୍ତା ସେଥିପାଇଁ କିଏ ରହିଥାନ୍ତେ ଦାୟୀ ଏଥିପ୍ରତି ପ୍ରଶାସନ ମଧ୍ୟ ଦୃଷ୍ଟି ଦେବାକୁ ସାଧାରଣରେ ଦାବିହୋଇଛି |

ବାସୁଦେବପୁର ରୁ ପ୍ରମୋଦ ରାଉତଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *