କଟକ୧୫/୦୨/୨୦୨୪: କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତରଗତ ଗୋବିନ୍ଦପୁର ପଞ୍ଚାୟତ ମାଣ୍ଡୁକା ପାହାଡ଼ ରୁ ଓଏମସି ତରଫରୁ ଅଭଢ଼ା ଯୋଜନାରେ ଶ୍ରୀମନ୍ଦିର ର ସୋନ୍ଦର୍ଯ୍ୟ କରଣ ପାଇଁ ରାସ୍ ଲୀଲା ଏଣ୍ଟର ପ୍ରାଇଯେସ ଦ୍ଵାରା ପଥର ଖନନ ଚାଲିଛି। ଏହି ପଥର ଖନନ ପାଇଁ ସାଧାରଣ ଲୋକମାନେ ବିଭିନ୍ନ ସମସ୍ୟା ଭୋଗୁଛନ୍ତି। ଏହି ଖନନକୁ ବିରୋଧ କରି ଗ୍ରାମବାସି ମାନେ ମାଣ୍ଡୁକା ପାହାଡ଼ ସାମ୍ନା ରେ ଥିବା ଓଏମସି କାରଖାନା ର ପଥର କଟା କାରଖାନା ସାମ୍ନା ରେ ଧାରଣା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଏଠାରେ ବେଆଇନ୍ ଭାବେ ବୋରିଂ କରାଯାଇ ପଥର କଟା ପାଇଁ ପାଣି ବ୍ୟବହାର କରାଯାଉଛି। ଯାହାକୁ ନେଇ ଆଖପାଖ ଅଞ୍ଚଳରେ ଥିବା କୂଅ ପୋଖରୀ ଟିୱେଲ ର ଜଳ ସ୍ତର କମିଯାଇଛି। ଯାହାପାଇଁ ସାଧାରଣ ଲୋକମାନେ ଉତ୍କଟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପକ୍ଷରେ ପାହାଡ କଟା ହେବ ପୂର୍ବରୁ ଅଠର ମାସ ତଳେ ହୋଇଥିବା ଜନ ଶୁଣାଣି ରେ ଏଠାରୁ ପଥର କଟାଯାଇ ଶ୍ରୀମନ୍ଦିର କୁ ଯିବ ଏଣୁ ଲୋକମାନେ ସହଯୋଗ କରିବା ପାଇଁ ସଚିବ ମାନେ ଲୋକ ମାନଙ୍କୁ ଅନୁରୋଧ କରିଥିଲେ। ପାହାଡ ଚତୁର୍ପର୍ଶ୍ୱ ରେ ଥିବା ସମସ୍ତ ଗ୍ରାମ ର ବିଭିନ୍ନ ପ୍ରକାର ଉନ୍ନତିକରଣ ସହ କାଟିବାକୁ ଦାୟିତ୍ଵ ନେଇଥିବା ସଂସ୍ଥା ଲୋକଙ୍କର ସମସ୍ତ ସମସ୍ୟା ସମାଧାନ କରିବାକୁ କହିଥିଲେ। ବାସ୍ତବ କ୍ଷେତ୍ର ରେ କାର୍ଯ୍ୟ ପରିଚାଳନା କରୁଥିବା କମ୍ପାନୀ ଏହିସବୁ ନିୟମକୁ ଫୁ କରି ମନଇଚ୍ଛା କାର୍ଯ୍ୟ ସମ୍ପାଦିତ କରି ଆସୁଛି। ଯାହା ପାଇଁ ସାଧାରଣ ଲୋକମାନେ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଯଦି ଆଗାମୀ ଦିନରେ କମ୍ପାନୀ ଲୋକଙ୍କ ସମସ୍ୟା ସମାଧାନ ନ କରେ, କାର୍ଯ୍ୟ ବନ୍ଦ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ। ଏ ନେଇ ଲୋକଙ୍କ ସହିତ ଓଏମସି ଶାଖା କାର୍ଯ୍ୟ ପରିଚାଳକଙ୍କ ଭିତରେ ଆଲୋଚନା କରାଯାଇଥିଲା ଯଥା ଶୀଘ୍ର ଥିବା ଲୋକଙ୍କ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏ ସଂକ୍ରାନ୍ତରେ ଓ ଏମ ସି ପରିଚାଳକ ଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିବା ପାଇଁ ରୋକଠୋକ୍ ମନା କରିଦେଇଥିଲେ।