ଫୋକସ ପ୍ଲସ ୨୭/୧/୨୩(ନୀଳଗିରି):ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅଧୀନରେ ରହିଥିବା ମେଗା ପ୍ରକଳ୍ପର ପାଇପ ଚୋରି ଘଟଣାରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଷମ କଟକ ପୋଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ବିଷମ କଟକ ଥାନା ଅନ୍ତର୍ଗତ ଗୋତିଗୁଡା ଗ୍ରାମର ଜଗବନ୍ଧୁ ଜେନା,ରଞ୍ଜନ ପେରିସିକା, ବିଷମ କଟକ ସଦର ବଡ଼ ହରିଜନ ସାହିର ଦୁର୍ଯ୍ୟ କୁଶୁଲିଆ ହେଇଥିବା ବେଳେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପ୍ରବୀନ ବାରଣାସି,ରାଜେଶ ବାରଣାସି ବୋଲି ଜଣା ପଡ଼ିଛି।ବିଷମ କଟକ ଅଞ୍ଚଳର ସଂପୃକ୍ତ ବ୍ୟକ୍ତ ମାନେ ଏହି ସବୁ ପାଇପକୁ ଶ୍ରୀକାକୁଲମର ଶ୍ରୀଗଣେଷ ପ୍ରାଇଭେଟ୍ ଲିମିଟେଡ଼ ସ୍କ୍ରାପ୍ କମ୍ପାନିକୁ ବିକ୍ରି କରୁଥିଲେ । ସୂଚନା ଅନୁଯାଏ ବିଷମ କଟକ ବ୍ଲକର କୁମ୍ଭାରଢ଼ାମୁଣି ପଞ୍ଚାୟତରେ ମେଗା ପାନୀୟ ଜଳ ପକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା। ମେଗା ପାନୀୟ ଜଳ ପକଳ୍ପ ନିର୍ମାଣ କାର୍ଯ୍ୟରେ ବିଛାଯାଇଥିବା ୩୫୪ଟି କାଷ୍ଟ ଆଇରନ୍ ପାଇପ ସେଠାରୁ ଚୋରି ହୋଇଥିଲା। ଏ ନେଇ ମେଗା ପ୍ରକଳ୍ପର ଠିକାଦାର ଗତ ଡିସେମ୍ବର ମାସ ୨୪ତାରିଖରେ ଏବଂ ଜାନୁୟାରି ମାସ ୪ତାରିଖରେ ୨ଟି ଏତଲା ବିଷମ କଟକ ଥାନାରେ ଦିଆ ଯାଇଥିଲା । ଥାନାରେ ଦୁଇଟି ମାମାଲ ରୁଜୁ ହବା ପରେ ପୋଲିସ ଏହି ଘଟଣାକୁ ଅତି ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ପୁଲିସର ପ୍ରଥାମିକ ତଦନ୍ତ ସମୟରେ କୁମ୍ଭାର ଢାମୁଣି ଅଞ୍ଚଳରେ ନିୟମିତ ବ୍ୟବଧାନରେ ସନ୍ଧିଗ୍ଧ ଅବସ୍ଥାରେ ବୁଲିଥିଲେ ଜଗବନ୍ଧୁ ଏବଂ ରଞ୍ଜନ ।ଏହି ସୁଈ ଜଣଙ୍କ ଉପରେ ପୋଲିସର ସନ୍ଦେହ ଘନିଭୂତ ହେବା ଫଳରେ ସଂପୃକ୍ତ ବ୍ୟକ୍ତି ମାନଙ୍କ କଲ ରେକର୍ଡ ଯାଂଚ କରାଯାଇଥିଲା । ଏହି ସନ୍ଧିଗ୍ଧ ମାନଙ୍କ କଲ ରେକର୍ଡକୁ ଟ୍ରାକ୍ କରି ଗତ ୨୩ତାରିଖ ଦିନ ବିଷମ କଟକ ପୋଲିସର ଏକ ଟିମ ଶ୍ରୀକାକୁଲମ୍କୁ ଯାଇ ସେଠାକାର ପୋଲିସ ସହାୟତାରେ ଶ୍ରୀଗଣେଷ ପ୍ରାଇଭେଟ୍ ଲିମିଟେଡ କଂମ୍ପାନୀ ଉପରେ ଚଢ଼ାଉ କରି ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରି ବିଷମ କଟକ ଆଣିଥିଲା । ଏଥିସହ ଚୋରିରେ ବ୍ୟବହୃତ ହୋଇଥିବା ଗୋଟାଏ ଟ୍ରକ୍କୁ ମଧ୍ୟ ଜବତ କରିଛି ବିଷମ କଟକ ପୋଲିସ । ଚୋରି ହୋଇଥିବା ପାଇପ ଗୁଡିକର ଆନୁମାନିକ ମୂଲ୍ୟ ୩୮ଲକ୍ଷ ବୋଲି ପୋଲିସ ସୂତ୍ରରୁ ଜଣା ପଡ଼ିଛି। ଏହି ମାମଲାରେ ଆଗକୁ ତଦନ୍ତ ଚାଲୁ ରହିବ ଏବଂ ଏଥିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତାର ଖବର ବାହାର କରି ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବିଷମ କଟକ ଏସ୍.ଡି.ପି.ଓ. ସୂଚନା ଦେଇଛନ୍ତି ।