ଜଳ ବନ୍ଦୀ ଜୀବନ କାଟୁଛନ୍ତି ଗ୍ରାମ ବାସୀ।

ଫୋକସ ପ୍ଲସ 23/11/22 (ଦଶମନ୍ତପୁର ):ବର୍ଷେ କି ଦୁଇ ନୁହେଁ। ଆଜ କୁ ଦିର୍ଘ ୫ ବର୍ଷ ହେଲା ଫାଉଣ୍ଡେସନ ରେ ସୀମିତ ରହିଛି ଚବେରି ନଦୀ ର ସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟ। ପୁଣି ଅବଧି ଶେଷ ହୋଇ ମଧ୍ୟ ୩ ବର୍ଷ ବିତିଗଲାଣି । ହେଲେ ନିର୍ମାଣ କାର୍ଯ୍ୟ ଶେଷ କରିବା ନାଁ ଧରୁନି ପ୍ରଶାସନ ଓ ଠିକାଦାର। ଅନ୍ୟ ପଟେ ଜଳବନ୍ଦୀ ଜୀବନ କାଟୁଛନ୍ତି ୬ ରୁ ୭ ଖଣ୍ଡ ଗ୍ରାମ ବାସୀ । ବିକାଶ ର ବାଟ ଅଗାଳି ବାଧକ ସାଜିଛି ଏହି ଚବେରି ନଦୀ । ଯାହା ଦ୍ଵାରା ଅଞ୍ଚଳ ବାସୀ ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ଓ ପାନୀୟ ଜଳ ରୁ ବଞ୍ଚିତ ହୋଇ ଆସୁଥିବା ଅଭିଯୋଗ କରିଛନ୍ତି। ପ୍ରଶାସନ କୁ ବାରମ୍ବାର ଦାବି କରି ହତାଶ ହେଲା ପରେ , କୈାଣସି ବିକଳ୍ପ ନ ପାଇ ଶେଷରେ ଅଞ୍ଚଳ ବାସୀ ବାଉଁଶ ପୋଲ ନିର୍ମାଣ କରି ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଏ ହେଉଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ନନ୍ଦି ଗାଁ ପଞ୍ଚାୟତ ଅଧିନସ୍ଥ ମଧୁ ବିଶାଳୀ ଗାଁ କୁ ଯିବା ରାସ୍ତା ର କରୁଣ ଦୃଶ୍ୟ । ବାରମ୍ବାର ଜିଲ୍ଲା ପ୍ରଶାସନ କୁ ଗୁହାରି କରି ଆସୁଥିଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ। ଯାହା ଦ୍ଵାରା ଆମେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବାବୁ କ୍ଷୋଭର ସହ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ଏହି ଚବେରି ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ କରାଯିବା ଲାଗି ସରକାର ପକ୍ଷରୁ ଅଟକଳ ମୂଲ୍ୟ ୨ କୋଟି ୭୭ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ଏହାର ନିର୍ମାଣ କାର୍ଯ୍ୟ ଦାୟିତ୍ଵ ଏନ୍ ବି ସି ସି ସଂସ୍ଥା ର ମାଁ ଭଗବତୀ କନଷ୍ଟ୍ରକସନ କୁ କାର୍ଯ୍ୟାଦେଶ ଦିଆଯାଇଛି। ଅନ୍ୟ ପଟେ ଏହି ପୋଲ ନିର୍ମାଣ କାର୍ଯ୍ୟ ର ଆରମ୍ଭ ତାରିଖ ୭/୮ / ୨୦୧୭ ରହିଥିବା ବେଳେ ନିର୍ମାଣ କାର୍ଯ୍ୟ ସଂପନ୍ନ ତାରିଖ ୬ /୧ / ୨୦୧୯ ରହିଛି। ପରିତାପର ବିଷୟ ଯେ ଅବଧି ତାରିଖ ଶେଷ ହୋଇ ଦିର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବା ନାଁ ଗନ୍ଧ ଧରୁନି। ତେବେ ପ୍ରଶ୍ନ ଉଠୁଛି ପୋଲ କାର୍ଯ୍ୟ କାହିଁକି ମନ୍ଥର ଗତି ରେ ଚାଲିଛି। କାହା ସ୍ବାର୍ଥରେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ବୋଲି , ପତି ଗୈାଡ, ମୁରାଳି ଗୈାଡ, ସିଂହ ପରଜା, ଅର୍ଜୁନ ପରଜା, ନବୀନ ମାଳି, ପ୍ରମୁଖ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ଜରୁରୀ କାଳୀନ ସମୟରେ ଗାଁ କୁ ଆମ୍ବୁଲାନ୍ସ ଗାଡ଼ି ଆସି ପାରୁ ନାହିଁ। ଗାଁ ର ଗର୍ଭବତୀ ମହିଳା ଓ ଗୁରୁତର ରୋଗୀମାନଙ୍କୁ ଭାର ବହି ନଦୀ ପାରି କରି ଡାକ୍ତରଖାନା ନେବାକୁ ପଡୁଛି । ବିଭିନ୍ନ ସମୟରେ ଜୀବନ କୁ ବାଜି ଲଗାଇ ନଦୀ ପାରି ହେବା କୁ ପଡୁଛି। ପଞ୍ଚାୟତ ରୁ ଟଙ୍କିକିଆ ଚାଉଳ ଓ ଭତ୍ତା ଟଙ୍କା ପାଇଁ ବହୁ କଷ୍ଟରେ ଯିବାକୁ ପଡୁଛି । ଏଭଳି ସମସ୍ୟା କୁ ଆଖି ଆଗରେ ରଖି ବର୍ତମାନ ବାଧ୍ୟ ହୋଇ ବାଉଁଶ ପୋଲ ନିର୍ମାଣ କରି ସେଥିରେ ଯିବା ଆସିବା କରୁଛୁ ବୋଲି ଅଞ୍ଚଳ ବାସୀ କହିଛନ୍ତି । ତୁରନ୍ତ ବିଭାଗୀୟ ଅଧିକାରୀ ଓ ଜିଲ୍ଲା କତୃପକ୍ଷ ଦୃଷ୍ଟି ଆକର୍ଷଣ କରି ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ସେମାନେ ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ ଆନ୍ଦୋଳନ ର ପନ୍ଥା ଧରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ଏନ୍ ବି ସି ସି କମ୍ପାନୀ ର କୈାଣସି ଅଧିକାରୀ କି ସୁଫର ଭାଇଜର ର ଦେଖା ନଥିବା ରୁ କାହାରି ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *