ଜଳ ସଙ୍କଟରେ ମୁର୍ଜା ଗ୍ରାମବାସୀ, ପିଉଛନ୍ତି ଗୋଳିଆ ପାଣି

ଫୋକସ ପ୍ଲସ(ଲମତାପୁଟ)୦୭/୦୮/୨୦୨୨ : ଦେଶ ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ହେବାକୁ ଯାଉଥିଲା ବେଳେ ମଧ୍ୟ ଲମତାପୁଟ ବ୍ଲକର ଅନେକ ଗ୍ରାମରେ ପିଇବା ପାଣି ସମସ୍ୟା ଦୂରହେଇ ପାରୁନାହିଁ । ଆଜି ପର୍ଯ୍ୟନ୍ତ ଅନେକ ଗ୍ରାମବାସୀ ଛୁଆ ପାଣି ଭରସା ରେ ରହିଛନ୍ତି । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଲମତାପୁଟ ବ୍ଲକ ପେଟା ପଞ୍ଚାୟତ ମୁର୍ଜା ଗ୍ରାମରେ । ଗ୍ରାମରେ ପ୍ରାୟ ୮୦ପରିବାର ବସବାସ କରୁଥିଲା ବେଳେ ପ୍ରାୟ ୩୦୦ଶହ ଜନସଂଖ୍ୟା ରହିଛି । ଗ୍ରାମରେ ମାତ୍ର ଗୋଟିଏ ନଳ କୂଅ ରହିଥିଲା ବେଳେ ସେଠାରେ ସୋଲାର ପାଇପ ଟାଙ୍କି ସଂଯୋଗ କରାଯାଇଛି । ହେଲେ ତାହା ଗ୍ରାମର ଗୋଟିଏ ସାହିର ଲୋକଙ୍କୁ ଜଳ ନିଅଁଠ ହେଉଛି । କିନ୍ତୁ ବର୍ତ୍ତମାନ ସେହି ସୋଲାର ସଂଯୋଗ ନଳ କୂପ ଖରାପ ହେଇଯାଇଥିବା ଯୋଗୁଁ ସାରା ଗ୍ରାମବାସୀ ବର୍ତ୍ତମାନ ଛୁଆର ଗୋଳିଆ ପାଣି ପିଉଛନ୍ତି । ଗ୍ରାମବାସୀଙ୍କ ସୂଚନା ମୁତାବକ ଖରାପ ହେଇଥିବା ସୋଲାର ପାଇପ ନଳକୂପ ମରାମତି ପାଇଁ ଅନେକ ଥର ବିଭାଗୀୟ ଯନ୍ତ୍ରୀ ଏବଂ କର୍ମଚାରୀଙ୍କୁ ସୂଚନା ଦେବା ସତ୍ୱେ ମଧ୍ୟ ଦୃଷ୍ଟିଦେଉ ନାହାନ୍ତି । ଗ୍ରାମର ଜଳ ସମସ୍ୟା ନେଇ ପେଟା ଗ୍ରାମ ପଞ୍ଚାୟତ ସରପଞ୍ଚ ଘେନୁ କୀର୍ଶାନିଙ୍କୁ ଯୋଗାଯୋଗ କରିବାରୁ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରି ଅତିଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି । କିନ୍ତୁ ଅନ୍ୟ ପଟରେ ବର୍ଷା ଦିନରେ ବିଶୁଦ୍ଧ ଜଳ ପିଇ ଝାଡ଼ା ବାନ୍ତି ଭଳି ମହାମାରୀ ରୋଗର ଶିକାର ହେଉଥିଲା ବେଳେ ବିଭାଗୀୟ ଅଧିକାରୀଙ୍କ ନିରିବ ଦ୍ରଷ୍ଟା ସାଜିବା ଏକ ପ୍ରଶ୍ନବାଛି ସୃଷ୍ଟି ହେଉଛି । ଗ୍ରାମବାସୀ ଜଳ ସମସ୍ୟା ନେଇ ସରପଞ୍ଚ ଠାରୁ ଆରମ୍ଭ କରି ସମିତି ସଭ୍ୟ, ଜିଲ୍ଲା ପରିଷଦ, ବ୍ଲକ ଅଧ୍ୟକ୍ଷ ଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା ବେଳେ କେତେ ଶୀଘ୍ର ମୁର୍ଜା ଗ୍ରାମର ଜଳ ସମସ୍ୟା ଦୂର କରିବାରେ ପଦକ୍ଷେପ ନେଉଛନ୍ତି ଜନ ପ୍ରତିନିଧି ତାହା ଅପେକ୍ଷା ରହିଲା ।

Leave a Reply

Your email address will not be published. Required fields are marked *