ଜାଗା ମିସନ କୁ ନେଇ ସମ୍ପର୍କ ଅଭିଯାନ

ଫୋକସ ପ୍ଲସ 28/5/22(ରାଉରକେଲା ): ଆଜି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରର ରିଜର୍ଭ ପୋଲିସ ଲାଇନ ଅଞ୍ଚଳରେ ଜାଗା ମିସନ ଓ ଜାଗା ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି |ରାଜ୍ୟ ସରକାରଙ୍କ ଘୋଷଣା ଓ ସୂଚନା ମୁତାବକ ରାଉରକେଲା ସହରର ବିଭିନ୍ନ ବସ୍ତିର ଉନ୍ନୟନ ନିମନ୍ତେ ଆରମ୍ଭ ହୋଇଛି ଯାଗା ମିସନ ଓ ଯାଗା ସମ୍ପର୍କ ଅଭିଯାନ |ଏହି କ୍ରମରେ ଶୁକ୍ରବାର ଦିନ ସହରର ରିଜର୍ଭ ପୋଲିସ ଲାଇନ ଅଞ୍ଚଳର ତ୍ରିନାଥ ମନ୍ଦିର ପରିସରରେ ଏକ ସଭାର ଆୟୋଜନ କରାଯଇଥିଲା |ଏହି ସଭାରେ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସମେତ ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ ଓ ମହାନଗର ନିଗମ ଆୟୁକ୍ତ ଡା ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |ଏହି ଅବସରରେ ମହାନଗର ନିଗମ ଓ ବସ୍ତିବାସିନ୍ଦାଙ୍କ ସଂଘ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା |ଏହି ବୁଝାମଣା ପତ୍ର ଦ୍ବାରା ଆଖପାଖ ଅଞ୍ଚଳରେ ରହୁଥିବା ବସ୍ତିବାସିନ୍ଦାମାନଙ୍କ ଉନ୍ନୟନ ନିମନ୍ତେ ବିଭିନ୍ନ କାର୍ଯ୍ୟ କରାଯିବ ।ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *