ଭୁବନେଶ୍ଵର : ଜାଡରେ ଥରୁଛି ସାରା ଓଡିଶା। ୮.୭ ଡିଗ୍ରୀ ସହ ରାଉରକେଲା ସବୁଠୁ ଥଣ୍ଡା ସହର ପାଲଟିଛି। ଝାରସୁଗୁଡାରେ ୯ , କେନ୍ଦୁଝରରେ ୧୦.୪, ହୀରାକୁଦରେ ୧୧.୬ ଡିଗ୍ରୀ ପାରଦ ରେକର୍ଡ ହୋଇଛି। ଆଜି ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେବ । କାରଣ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ। ୨ରୁ ୩ ଡିଗ୍ରୀ ଯାଏଁ ବଢିପାରେ ପାରଦ। ୫ ତାରିଖ ପରେ ଶୀତ କମିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ଆଜି ଏବଂ ଆସନ୍ତାକାଲି ଘନ କୁହୁଡି ନେଇ କିଛି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି ସକାଳେ ଟ୍ବିନ୍ ସିଟିରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ଯାହାଫଳରେ କି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।