ଜାଣନ୍ତୁ ଗଜ ଉଦ୍ଧାରଣର କଥା !

ଫୋକସ ପ୍ଲସ 1/3/23(ବ୍ୟୁରୋ):ଦର୍ଶକ ବନ୍ଧୁ ଜାଣନ୍ତୁ ଗଜ ଉଦ୍ଧାରଣ କଥା ବିଷୟରେ | ଗଜ ଉଦ୍ଧାରଣ ଭଗବାନ ବିଷ୍ଣୁ ବା ଶ୍ରୀ ଜଗନାଥଙ୍କର ଏକ ପ୍ରସିଦ୍ଧ ଲୀଳା | ଚକ୍ର ଆୟୁଧରେ ଗ୍ରହ ବା କୁମ୍ଭୀରର ଶିର ଛେଦ କରି ଭଗବାନ ଗଜେନ୍ଦ୍ରକୁ ଉଦ୍ଧାର କରିଥିଲେ | ତାହା ଫଳରେ କୁମ୍ଭୀର ତାର ପୂର୍ଵ ଜନ୍ମର ଗନ୍ଧର୍ବ ରୂପ ଫେରି ପାଇଥିଲା | ଗଜେନ୍ଦ୍ର ମଧ୍ୟ ସାରୁପ୍ୟ ମୁକ୍ତି ପାଇ, ବିଷ୍ଣୁଙ୍କ ପରି ଚତୁର୍ଭୁଜ ହୋଇ ବିଷ୍ଣୁଲୋକ ଗମନ କରିଥିଲା | କିନ୍ତୁ ଏହି ଅବସରରେ ଭଗବାନ ବିଷ୍ଣୁ ଗଜେନ୍ଦ୍ରକୁ ଯାହା କହିଥିଲେ ,ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ ଅଟେ |

ସଂସ୍କୃତ ଶ୍ରୀମଦ୍ଭାଗବତ ଅନୁସାରେ ଭଗବାନ ବିଷ୍ଣୁ ଗଜେନ୍ଦ୍ର ଉପରେ ପ୍ରସନ୍ନ ହୋଇ କହିଥିଲେ – ହେ ଗଜେନ୍ଦ୍ର ! ଯେଉଁମାନେ ମୋର ଶ୍ରୀ ବତ୍ସ, ଚିନ୍ହ ,କୌସ୍ତୁଭ ମଣି ,ମାଳା କୌମାଦକି ଗଦା ,ସୁଦର୍ଶନ ଚକ୍ର ,ପାଞ୍ଚଜନ୍ୟ ଶଙ୍ଖ ,ପକ୍ଷୀରାଜ ଗରୁଡ ,ମୋର ସୂକ୍ଷ୍ମ ଅଂଶରୂପୀ ଅନନ୍ତ ,ମୋର ଆଶ୍ରିତା ଲକ୍ଷ୍ମୀଦେବି ,ବ୍ରହ୍ମା ,ଶିବ ,ନାରଦ ମୁନି ,ପ୍ରହ୍ଲାଦ ,ମଶ୍ଚୟ ,କୂର୍ମ ଓ ବରାହ ପ୍ରଭୃଟି ମୋର ଅନନ୍ତ ପୁଣ୍ୟ ମୟ ଅବତାର ମାନଙ୍କର ଲୀଳା ଏବଂ ସୂର୍ଯ୍ୟ ଚନ୍ଦ୍ର ଓ ଅଗ୍ନିଙ୍କ ମୋର ରୂପ ଭାବେ ସ୍ମରଣ କରନ୍ତି |ଓଁ କାର ,ସତ୍ୟ,ମୂଳ ପ୍ରକୃତି ,ଗୋ ,ବ୍ରାହ୍ମଣ ,ଅକ୍ଷୟ ,ସନାତନ ଧର୍ମ ,ସୋମ ,କଶ୍ୟପଃ ଓ ଧର୍ମଙ୍କର ପତ୍ନୀ ଦକ୍ଷ କନ୍ୟାଗଣଙ୍କୁ ଏବଂ ଭକ୍ତ ରାଜ ଧ୍ରୁବ ମରୀଚି ଆଦି ସପ୍ତଋଷିଙ୍କୁ ପୁଣ୍ୟ ଶ୍ଳୋକ ମନୁଷ୍ୟ ,ଯୁଧିଷ୍ଠିର ,ଜନକ ,ନାଲରାଜାଙ୍କୁ ମଧ୍ୟ ମୋର ରୂପ ଭାବରେ ସ୍ମରଣ କରନ୍ତି |

ସେମାନେ ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି | କେବଳ ଏତିକି ନୁହେଁ ,ଅତ୍ୟନ୍ତ ତାତ୍ପର୍ଯ୍ୟପୁର୍ଣ ,ଭାବରେ ସେ ଗାଜେନ୍ଦ୍ରକୁ ଆହୁରି ମଧ୍ୟ କହିଥିଲେ – ହେ ଗଜେନ୍ଦ୍ର ! ଯେଉଁ ମାନେ ତୁମକୁ ଓ ମତେ ,ଏବଂ ଏହି ଗିରୀକନ୍ଦର ,ବନ ,ସରୋବର ବେତ ବାଉଁଶ ଆଦିର ବୁଦା ଏବଂ ଦେବଦାରୁ ଆଦି ବୃକ୍ଷଙ୍କୁ ଏବଂ ସମସ୍ତ ଗିରି ଶୃଂଘଙ୍କୁ ମୋର ପ୍ରିୟ କ୍ଷୀର ସାଗର ଓ ଶ୍ୱେତ ଦୀପକୁ ଏବଂ ଗଙ୍ଗା ,ସରସ୍ୱତୀ ,ଅଲକାନନ୍ଦ ଓ ଯମୁନା ଆଦି ନଦୀଙ୍କୁ ମୋର ରୂପ ଭାବରେ ସ୍ମରଣ କରନ୍ତି | ସେମାନେ ମଧ୍ୟ ସମସ୍ତ ପାପରୁ ମୁକ୍ତ ହୋଇଯାଆଣ୍ଟି | ତେବେ ଶ୍ରୀମଦ୍ଭଗବତର ଏହି ଉକ୍ତି ଆମକୁ ସ୍ପଟ ରୂପରେ ସୂଚାଏ ଯେ , ଏ ସମସ୍ତ ହେଉଛନ୍ତି ଭଗବାନଙ୍କର ମସ୍ୱରୂପ | ଏଣୁ ଆମେ ସେମାନଙ୍କୁ ସ୍ୱୟଂ ଭଗବାନ ବିଷ୍ଣୁଙ୍କ ପରି ଉପାସନା କରିବା ଉଚିତ |

Leave a Reply

Your email address will not be published. Required fields are marked *