ଜାଣନ୍ତୁ ମକର ସଂକ୍ରାନ୍ତିର ପୌରାଣିକ ଗାଥା ବିଷୟରେ |

ଫୋକସ ପ୍ଲସ ୧୪/୧/୨୩(ବ୍ୟୁରୋ):ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିକୁ ପବିତ୍ର ଦିନ ଭାବରେ ଗ୍ରହଣ କରାଯାଇଥାଏ।ଏହିଦିନଟି ପ୍ରାୟ ଭାରତର ପ୍ରତ୍ୟେକ ସ୍ଥାନ ଏବଂ ପ୍ରତ୍ୟେକ ରାଜ୍ୟରେ ସ୍ଥାନୀୟ ମାନ୍ୟତା ଅନୁସାରେ ଖୁବ୍ ସୁନ୍ଦର ଭାବରେ ପାଳନ କରାଯାଇଥାଏ । ଆଜିର ଦିନରେ ସୂର୍ଯ୍ୟଦେବ ଧନୁ ରାଶିରୁ ମକର ରାଶିକୁ ଗୋଚର କରି ଥାଆନ୍ତି । ଏହିଦିନଟିରୁ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି, ଆଜିର ଦିନକୁ ଫସଲ ଆମଦାନୀ ପାଇଁ ଗୋଟିଏ ଶୁଭ ଦିନ ଭାବରେ ଗ୍ରହଣ କରାଯାଇଥାଏ । ମାନ୍ୟତା ଅନୁସାରେ କୁହାଯାଏ ଯେ ମକର ସଂକ୍ରାନ୍ତି ଠାରୁ ଋତୁର ପରିବର୍ତନ ହୋଇଥାଏ । ଏହିଦିନ ଦାନ ଦକ୍ଷିଣାର ଖୁବ୍ ମହତ୍ତ୍ଵ ରହିଛି ।ଶାସ୍ତ୍ରର ମାନ୍ୟତା ଅନୁସାରେ ଏହିଦିନ ଦାନ କରିଲେ ବ୍ୟକ୍ତିର ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ । ପୌରାଣିକ ମାନ୍ୟତା ଅନୁସାରେ ଏହିଦିନ ଗ୍ରହ ରାଜ ସୂର୍ଯ୍ୟ ତାଙ୍କ ପୁତ୍ର ଶନି ଦେବଙ୍କୁ ସାକ୍ଷାତ କରିବାକୁ ତାଙ୍କ ଗୃହ ମକର ରାଶିକୁ ଯାଇ ଥାଆନ୍ତି ।ମକର ସଂକ୍ରାନ୍ତିକୁ ନେଇ ଗୋଟିଏ ପୌରାଣିକ କଥା ରହିଛି । ମାନ୍ୟତା ଅନୁସାରେ ପିତା ସୂର୍ଯ୍ୟ ଦେବଙ୍କ ସହିତ ପୁତ୍ର ଶନି ଦେବଙ୍କ ସମ୍ପର୍କ ମଧୁର ନଥିଲା । ଦେବୀ ପୁରାଣ ଅନୁସାରେ ପିତା ସୂର୍ଯ୍ୟ ଦେବ ଯେଉଁଦିନ ପ୍ରଥମଥର ନିଜ ପୁତ୍ର ଶନିଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ , ସେହିଦିନ ସନିଦେବ ସୂର୍ଯ୍ୟଙ୍କୁ କଳା ରାଶି ଅର୍ପଣ କରିଥିଲେ ଓ ତାଙ୍କର ପୂଜା କରିଥିଲେ । ଏହାଦ୍ବାରା ସୂର୍ଯ୍ୟ ଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ । ଏହାପରେ ସେ ଶନିଙ୍କୁ ଆଶୀର୍ବାଦ ଦେଇଥିଲେ ଯେ ଯେବେବି ସେ ତାଙ୍କ ଘର ମକର ରାଶିକୁ ଆସିବେ ,ସେତେବେଳେ ତାଙ୍କ ଘର ଧନ ଧାନ୍ୟରେ ପୁରି ଉଠିବ । ଏହାଛଡା ଯେଉଁ ବ୍ୟକ୍ତି ଏହିଦିନଟିକୁ ବିଧି ବିଧାନ ଭାବରେ ପାଳନ କରିବ,ତା ଜୀବନର ସମସ୍ତ କଷ୍ଟ ଓ ଦୁଃଖ ଦୁର୍ଦ୍ଦଶା ଦୂର ହେବ ।ଏମିତି ଅନେକ ନିୟମ ରହିଛି ମକର ସଂକ୍ରାନ୍ତି ପାଳନ କରିବାର।

Leave a Reply

Your email address will not be published. Required fields are marked *