ଜାତୀୟ ପତାକାକୁ ଅସମ୍ମାନ

ଫୋକସ ପ୍ଲସ(କଙ୍କଡ଼ାହାଡ଼)୧୭/୦୮/୨୦୨୨: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ବନ ବିଭାଗ କାର୍ଯ୍ୟାଳୟରେ ଜାତୀୟ ପତାକାକୁ ଅସମ୍ମାନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।ସାରା ଦେଶରେ ହର ଘର ତ୍ରିରଙ୍ଗା ପତାକା ଉପରେ ପ୍ରଚାର ଓ ପ୍ରସାର ହେଉଥିବା ବେଳେ ଏଠି ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି ।ବନ ବିଭାଗ କାର୍ଯ୍ୟାଳୟ ଏହା ସାଙ୍ଗକୁ ଉଦ୍ୟାନ ବିଭାଗ ରହିଛି , ଏଠାରେ ଜାତୀୟ ପତାକାକୁ ବେଖାତିରି ଭାଭେ କିଛି ଅସାଧୁ କର୍ମଚାରୀ କରିଛି । ପତାକାକୁ ସଠିକ୍ ବ୍ୟବହାର ନକରି ଅଙ୍କାବଙ୍କା କାଠି ସାଙ୍ଗକୁ ଅଳିଆ ଗଦା ପାଖରେ ପତାକା ଉତ୍ତୋଳନ କରିବା ଆମ ଦେଶ ପାଇଁ ନିନ୍ଦନୀୟ ।ଏତଦ୍ ବ୍ୟତୀତ ପତାକା ଉତ୍ତୋଳନ ତଳେ କେତେ ଯେ ଅଳିଆ ଆବର୍ଜ୍ଜନା ତାହା ନ କହିବା ଭଲ ।କଙ୍କଡ଼ାହାଡ଼ ବନ ବିଭାଗ କାର୍ଯ୍ୟାଳୟରେ ଏପରି ଦୃଶ୍ୟକୁ ଦେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।

 

Leave a Reply

Your email address will not be published. Required fields are marked *