ଜାତୀୟ ପତାକାକୁ ଅସମ୍ମାନ

ଫୋକସ ପ୍ଲସ(ଥୁଆମୂଳ ରାମପୁର)୦୫/୦୯/୨୦୨୨: ହର ଘର ତ୍ରିରଙ୍ଗା କାର୍ଯ୍ୟ କ୍ରମଟିକୁ ପ୍ରଶାସନ ପକ୍ଷରୁ ବେଶ୍ ଗୁରୁତ୍ୱ ପୂର୍ଣ୍ଣ ଦେଇ କାର୍ଯ୍ୟ କାରି କରିବା ପାଇଁ ଆହ୍ୱାନ ଦିଆଯାଇଥିଲା। ଏହାକୁ ନେଇ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ସମଗ୍ର ଭାରତ ବର୍ଷରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିଲା। ଜାତୀୟ ପତାକା କୁ ସମ୍ମାନର ସହିତ ଉତ୍ତୋଳନ କରିବା ଏବଂ ସାଇତି ରଖିବା, ଅସାମାଜିକ ବ୍ୟକ୍ତି ମାନଙ୍କ କବଳରୁ ତ୍ରିରଙ୍ଗା କୁ ରକ୍ଷା କରିବା ଭଳି ଅନେକ ସରକାର ଙ୍କ ଗାଇଡ ଲାଇନ ତିଆରି କରାଯାଇଥିବା ବେଳେ ଦୋଷୀ ଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସରକାରୀ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଜାତୀୟ ପତାକା କୁ ଅଣଦେଖା କରିବା ସହ ଅସମ୍ମାନ କରିଥିବା ଜଣାପଡିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଥୁଆମୂଳରାମପୁର ବ୍ଲକ କାର୍ଯ୍ୟାଳୟରେ। ଅଗଷ୍ଟ ୧୫ ତାରିଖ ଦିନ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ପତାକା କୁ ଉତ୍ତୋଳନ କରାଯାଇଥିଲା ଏଥିରେ ଯାହାକି କାଗଜ ରେ ନିର୍ମିତ ପ୍ରାୟ ୧୦୦ ଉର୍ଦ୍ଧ ଜାତୀୟ ପତାକା ଗୁଡ଼ିକ କୁ ପ୍ଲାଷ୍ଟିକ ଦଉଡ଼ି ଦ୍ଵାରା ଏକ ମାଳ ତିଆରି କରି ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଟଣା ଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଅଗଷ୍ଟ ୧୫ ପାଳନ ହେଲା ପରେ ବ୍ଳକର କିଛି ସରକାରୀ କର୍ମଚାରୀ ମାନେ କାଗଜ ରେ ନିର୍ମିତ ଜାତୀୟ ପତାକାକୁ ଚିରି ଫାଡି ବ୍ଳକ କାର୍ଯ୍ୟାଳୟ ପରିସରର ଏକ ଅନାବନା ଗଛଲତା ଭିତରେ ଫୋପାଡି ଦେଇଛନ୍ତି। ବର୍ତ୍ତମାନ ପ୍ରାୟ ୧୦୦/ରୁ ଉର୍ଦ୍ଧ କାଗଜ ରେ ନିର୍ମିତ ଜାତୀୟ ପତାକା ନଷ୍ଟ ହୋଇଯାଇଛି ଏନେଇ ଥୁଆମୂଳ ରାମପୁର ବିଡ଼ିଓ ଭରତ କୁମାର ମେହେର ଙ୍କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ଯୋଗା ଯୋଗ ହୋଇ ପାରିନଥିଲା। ହେଲେ ଏଠାରେ କୁହାଯାଇପାରେ ବ୍ଳକ ରେ କଣ ଘୋଟୁଛି କଣ ଘୋଟୁ ନାହିଁ ଏସଂପର୍କରେ ଥୁଆମୂଳ ରାମପୁର ବିଡ଼ିଓ ବାବୁଙ୍କ ପାଖରେ ଖବର ରହୁଞ୍ଚି ନାହିଁ। ନାଁ ସବୁ ଜାଣିଶୁଣି ଏହି ମହାଶୟ ବ୍ୟକ୍ତି ଜଣକ ନଜାଣି ଲା ପରି ଅଭିନୟ କରୁଛନ୍ତିକି? ଏହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ଏପଟେ ଜାତୀୟ ପତାକା କୁ ଅସମ୍ମାନ କରାଯାଉଥିବା ବେଳେ ଅମୃତ ମହୋତ୍ସବ କୁ ନେଇ ବଡ଼ ପ୍ରଶ୍ନ ବାଚୀସୃଷ୍ଟି ହେଉଛି।

ଥୁଆମୂଳ ରାମପୁର ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକଙ୍କ ରିପୋର୍ଟ ଫୋକସ୍ ପ୍ଳସ୍ |

Leave a Reply

Your email address will not be published. Required fields are marked *