ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ ||

ଫୋକସ ପ୍ଲସ 19/12/2022(ବାଲିଗୁଡା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସିରୁବାଲିଠାରେ ଆରକେଡି ଗାଡ଼ି ଦୁର୍ଘଟଣାରେ ରବିବାର ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା ।ମୃତକ ଦ୍ୱୟ ହେଲେ ବଡ଼ଗାଁର ରାକେଶ ମଲିକ ଓ ରାଇକିଆ ଅଞ୍ଚଳର ଅଚ୍ୟୁତାନନ୍ଦ ନାୟକ। ପୋଲିସ ଆରକେଡି ଗାଡ଼ିକୁ ଛାଡ଼ିଦେବା ପ୍ରତିବାଦରେ ସୋମବାର ସ୍ଥାନୀୟ ବଡ଼ଗାଁ ଗ୍ରାମର ଗ୍ରାମବାସୀ କ୍ଷତିପୂରଣ ଦାବିରେ ୫୯ନଂ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଏହି ଦୁଇ ପରିବାରକୁ ୨୦ଲକ୍ଷ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଲୋକେ। ବର୍ତ୍ତମାନ ସୁଦ୍ଧା ମୃତକମାନଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇ ନଥିବା ଜଣାପଡ଼ିଛି। କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ମୃତଦେହ ବ୍ୟବଚ୍ଛେଦ ପାଇଁ ଦିଆଯିବନାହିଁ ବୋଲି ଲୋକେ ଅଡ଼ି ବସିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରୁଛି।

Leave a Reply

Your email address will not be published. Required fields are marked *