ଜରି ଖଣ୍ଡିଏ ପାଇଁ ଗରିବ ହଉଚି ହଟ ହଟ୍ଟା

ଫୋକସ ପ୍ଲସ(କର୍ଲାମୁଣ୍ତା)୨୨/୦୮/୨୦୨୨: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କର୍ଲାମୁଣ୍ତା ବ୍ଲକ ରିଷିଡା ଗ୍ରାମ ପଞ୍ଚାୟତ ସ୍ଥିତ ଥିବା ଅନେକ ପରିବାର ମାନଙ୍କ ର ଝାଟିମାଟି ଘରେ ରହୁଥିବା ଘର ଭୁଷୁଡି ପଡ଼ିଥିଲା ଘରକୁ ସଜାଡ଼ିବା ପାଇଁ RI ଅଫିସ କୁ ଜରି ଖଣ୍ଡିଏ ପାଇବା ପାଇଁ ବାରମ୍ବାର ଦୈଡୁଥିଲେ ସୁଦ୍ଧା RI ମେଡମ ଜରି ଦେବା ବଦଳରେ ହଇରାଣ କରୁଥିବା ର ଦୃଶ୍ୟ ସାମ୍ନାକୁ ଆସିଛି।ଜରି ଖଣ୍ଡେ ପାଇଁ RI ଙ୍କ ପାଖରେ ହାତଯୋଡ଼ି ନେହୁରା ହେଉଛନ୍ତି ଲୋକେ , ଏ ବିଷୟରେ ପଚାରିଲେ ସାମ୍ବାଦିକ ଙ୍କୁ ନାଲିଆଖି ଦେଖାଉଛନ୍ତି RI ମେଡମ, ଜରି ଖଣ୍ଡେ ପାଇଁ ଆର୍ ଆଇ ଙ୍କୁ ନେହୁରା ହେଉଛନ୍ତି ହିତାଧିକାରୀ । କିନ୍ତୁ ହିତାଧିକାରୀଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ତଡ଼ି ଦେଉଥିବା ବେଳେ ସାମ୍ବାଦିକ ମାନେ ଏ ବିଷୟରେ ପଚାରିଲେ ତାଙ୍କୁ ନାଲିଆଖି ଦେଖାଉଥିବା ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ । ଆସନ୍ତୁ ଦେଖିବା ଏହି ରିପୋର୍ଟ । କଳାହାଣ୍ଡି ଜିଲ୍ଲା ରେ ଲଗାତାର ତିନିଦିନ ଧରି ବର୍ଷା ଲାଗି ରହିଥିଲା । ଏହି ବର୍ଷା ରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଗାଁ ରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିଲା । ଲୋକେ ଭଙ୍ଗା ଘରେ ବିପଦଶଙ୍କୁଳ ଅବସ୍ଥାରେ ରହୁଥିବା ବେଳେ କିଛି ଲୋକଙ୍କୁ ଗାଁ ସରପଞ୍ଚ ବର୍ଷା ଛାଡିବା ପର୍ଯ୍ୟନ୍ତ ଗାଁ ସ୍କୁଲ ରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ଅନେକ ଲୋକ ଭଙ୍ଗା କୁଡ଼ିଆରେ ଏବେ ପର୍ଯ୍ୟନ୍ତ ରହୁଥିବାର ନଜର କୁ ଆସିଛି । ବର୍ଷା ପରେ ଲୋକ ମାନେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ କୁ ପଲିଥିନ ଖଣ୍ଡେ ପାଇଁ ଯାଇଥିଲେ । କିନ୍ତୁ ବାରମ୍ବାର ଅଫିସ କୁ ଦୌଡ଼ିବା ପରେ ମଧ୍ୟ ରାଜସ୍ୱ ନିରୀକ୍ଷକ ଭାବରେ କାର୍ଯ୍ୟ କରୁଥିବା ଋତୁ ନାଏକ ସେମାନଙ୍କୁ ଅନେକ ଦୁର୍ବ୍ୟବହାର ଦେଖାଇ ତଡ଼ି ଦେଉଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ମାନେ । ରିଷିଡ଼ା, ଗଜବହାଲ ଓ ପୈରକେଲା ଗାଁ ର ପ୍ରାୟ 40 ରୁ ଅଧିକ ହିତାଧିକାରୀ ମାନେ ଘଣ୍ଟା ଘଣ୍ଟା ଧରି ଅଫିସ ସାମ୍ନା ରେ ଅପେକ୍ଷା କରିଥିଲେ, କିନ୍ତୁ ଦିନ ପ୍ରାୟ 11ଟା ରେ ଫୋନ କରିବାରୁ RI ମ୍ୟାଡମ ଅଫିସ କୁ ଆସି ଅଫିସ ଖୋଲିଥିଲେ । ଏ ବିଷୟରେ ସାମ୍ବାଦିକ ମାନେ ପଚାରିବାରୁ ମୁଁ ଏଠି ଜଣେ ହିଁ କର୍ମଚାରୀ ଅଛି । ମୋ ଘର କାମ କରିବି ନାଁ ଏଠି ଜଗିକି ବସିଥିବି । ଆପଣ ମାନଙ୍କ ପ୍ରଶ୍ନ ର ଉତ୍ତର ଦେବା ପାଇଁ ମୋ ପାଖରେ ସମୟ ନାହିଁ ବୋଲି ଉତ୍ତର ଦେଇଥିଲେ । ହିତାଧିକାରୀ ଓ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ସହ କେସ କରିବି ବୋଲି କହୁଥିବା ଦେଖିବାକୁ ମିଳୁଛି । ଏ ବିଷୟରେ ପଚାରିଲେ ତହସିଲଦାର ତଦନ୍ତ କରିବେ ଏବଂ ସମସ୍ୟା ର ସମାଧାନ କରିବା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି । ଏଠି ସରକାରୀ ଅଫିସ ଓ ସରକାରୀ କର୍ମଚାରୀ ଙ୍କ ଅବସ୍ଥା ଏମିତି । କଳାହାଣ୍ଡି ଜିଲ୍ଲା ର ପ୍ରତ୍ୟେକ ଅଫିସ ରେ ଏମିତି ମନମୁଖୀ କାର୍ଯ୍ୟ ଚାଲିଥିବାର ନଜରକୁ ଆସେ । କେବେ ଏ ଅବସ୍ଥା ସୁଧୁରିବ ତାହା ଦେଖିବାକୁ ବାକି ରହିଲା ।

କର୍ଲାମୁଣ୍ତା ରୁ ଧନୁର୍ଯ୍ୟ ସାହୁ ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍ |

Leave a Reply

Your email address will not be published. Required fields are marked *