ଫୋକସ ପ୍ଲସ (ଯାଜପୁର) ୦୨/୦୭/୨୦୨୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଖରାସ୍ରୋତା ନଦୀର ଜୋକଡ଼ିଆ ଆନିକଟ ନିକଟରେ ଧୀବର ମାନଙ୍କ ଜାଲରୁ ୬ ବିରଳ ପ୍ରଜାତିର ବଡ ମାଛ ଦେଖି ବାକୁ ମିଳିଥିଲା lଯୋକଡିଆ ଆନିକଟ୍ ନିକଟରେ ଧୀବର ମାନେ ନଦୀରେ ନଖା ଜାଲ ଟାଙ୍ଗି ଥିଲେ। ଜାଲରେ ୬ ଟି ମାଛ ଧରାପଡି ଥିଲେ । ଏହି ମାଛ କୁ ଧୀବର ମାନେ ଅମଚ୍ଛା ମାଛ ବୋଲି କୁହନ୍ତି lନଦୀରୁ ଆଣି ଓଜନ କରିବା ପରେ ମାଛ ଗୋଟି ୭୨ ,୬୮ , ୬୨ , ୫୦ ,୪୮.ଏବଂ ୪୮ ରୁ ଉର୍ଦ୍ଧ୍ବ ଓଜନ ହୋଇଥିଲା । ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ହୋଇଥିବା ବେଳେ ଧୀବର ମାନେ ଉକ୍ତ ମାଛ କୁ କାଟି ସ୍ଥାନୀୟ ଲୋକଙ୍କୁ ବିକ୍ରି କରିଥିଲେ ବୋଲି ଜଣାପଡିଛି ।