ଜାଲରେ ମାଛ ବଦଳରେ ଧରିଲେ ମଣିଷ

ଫୋକସ ପ୍ଲସ(ବାଲିଆପାଳ)୩/୦୯/୨୦୨୨: ମାଛ ଧରୁ ଧରୁ ଜାଲରେ ଲାଗିଲା ଅଜଣା ନାବାଳିକାର ମୃତ ଦେହ |ପୋଲିସର ତଦନ୍ତ ଜାରୀ | ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବଡ଼ ତାଳପଦା ଗ୍ରାମରେ ଥିବା ପାଶି ଖାଳରେ ଆଜି ସକାଳ ସମୟରେ ଗ୍ରାମର ବୁଲୁ ଦଳାଇ ନାମକ ଏକ ବ୍ୟକ୍ତି ମାଛ ଧରିବା ପାଇଁ ନଦୀରେ ଜାଲ ଦେଇଥିଲା ବେଳେ ଜାଲରେ ଏକ ଅଜଣା ନାବାଳିକାର ମୃତ ଶରୀର ଲାଗି ଥିବା ଦେଖିବାକୁ ପାଇଥିଲେ | ବୁଲୁ ଏକଥା ସଂଗେ ସଂଗେ ଗ୍ରାମ ବାସୀଙ୍କୁ ଜଣାଇ ଥିଲେ |ଗ୍ରାମବାସୀ ବାଲିଆପାଳ ଥାନାକୁ ଜଣାଇଥିଲେ | ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଜାରୀ ରଖିଥିଲା ବେଳେ !ନାବାଳିକାଟିକୁ ହତ୍ୟାକରି କେହି ଫିଙ୍ଗି ଦେଇଛି ନା ଆଉ କଣ ତାହା ତଦନ୍ତ ପରେ ଫିଟିବ ଗୁମର | ବର୍ତମାନ ସୁଦ୍ଧା ମୃତ ଶବଟିର ପରିଚୟ ଜଣା ପଡ଼ିନାହିଁ l

ବାଲିଆପାଳ ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ

Leave a Reply

Your email address will not be published. Required fields are marked *