ଜିଲ୍ଲାପାଳଙ୍କ ଦ୍ୱାରା ଯକ୍ଷ୍ମା ରୋଗ ନିରୂପଣ କେନ୍ଦ୍ର ଉଦଘାଟିତ

ଫୋକସ ପ୍ଲସ 22/2/23( ମୟୂରଭଞ୍ଜ): ଆଜି ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ଠାରେ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ଭିନୀତ ଭରଦ୍ୱାଜଙ୍କ କରକମଳରେ ଏକ ନୂତନ ଯକ୍ଷ୍ମା ନିରୂପଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି ଯକ୍ଷ୍ମା ନିରୂପଣ କେନ୍ଦ୍ରରେ ଅତ୍ୟାଧୁନିକ ପଦ୍ଧତିରେ ଯକ୍ଷ୍ମା ରୋଗ ନିରୂପଣ ହୋଇପାରିବ । ଯାହା ଫଳରେ ଯକ୍ଷ୍ମା ଲକ୍ଷଣ ଯୁକ୍ତ ରୋଗୀମାନେ ରୋଗ ନିରୂପଣ ପାଇଁ ଖର୍ଚ୍ଚାନ୍ତ ହୋଇ ବାହାର ଜାଗାକୁ ନଯାଇ ଏଠାରେ ବିନା ମୂଲ୍ୟରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଯକ୍ଷ୍ମା ରୋଗର ଚିକିତ୍ସା କରିପାରିବେ । ଏହି ଅବସରରେ ଜିଲ୍ଲାପାଳ ଯକ୍ଷ୍ମା ନିରୂପଣ କେନ୍ଦ୍ରର ୨୦ଟି ଟ୍ରୁନାଣ୍ଟ ମେସିନ ଓ ପ୍ରଧାନ ମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଯକ୍ଷ୍ମା ରୋଗୀ ପାଇଁ ନ୍ୟୁଟ୍ରିସନାଲ ସପୋର୍ଟ (ପୁଷ୍ଟିକର ଖାଦ୍ୟ ସହାୟତା)ର ଶୁଭ ଉଦଘାଟନ କରିଥିଲେ। ଏହି ଯୋଜନାରେ ଯକ୍ଷ୍ମା ରୋଗୀ ମାନଙ୍କୁ ସେମାନଙ୍କ ଚିକିତ୍ସା ସମୟରେ ପୁଷ୍ଟିକର ଖାଦ୍ୟ ପାଇଁ ମାସିକ ୫୦୦ ଟଙ୍କାର ସହାୟତା ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ରହିଛି।

ପ୍ରଧାନ ମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଟିବି ରୋଗୀ ପାଇଁ ନ୍ୟୁଟ୍ରିସନାଲ ସପର୍ଟରେ ସହଯୋଗ କରୁଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ବାରିପଦା ଶାଖାର ମୁଖ୍ୟ ପରିଚାଳକ ତଥା ଆଞ୍ଚଳିକ ପରିଚାଳକ ଉପସ୍ଥିତ ରହି ୪ ଗୋଟି ବ୍ଲକ ଟିବି ରୋଗୀମାନଙ୍କୁ ପୁଷ୍ଟିକର ସହାୟତା ପ୍ରଦାନ କରିଥିଲେ। ଯକ୍ଷ୍ମା ରୋଗୀଙ୍କୁ ଶୀଘ୍ର ଚି଼ହ୍ନଟ କରି ଏହି ରୋଗର ନିରାକରଣ ପାଇଁ ନୂତନ ଟ୍ରୁନାଣ୍ଟ ମେସିନ 20 ଟି ନୂତନ ପି.ଏଚ ସି. କୁ ଯୋଗାଇ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲlପାଳ ଯକ୍ଷ୍ମା ନିରୂପଣ ପାଇଁ ଏକ ନୂତନ ଗୃହର ଶୁଭ ଉଦଘାଟନ କରିବା ସହ ନ୍ୟୁଟ୍ରିସନାଲ ସପୋର୍ଟରେ ସହଯୋଗ କରିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ବାରିପଦା ମୁଖ୍ୟ ଶାଖା ତଥା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ରୂପ ଭାନୁ ମିଶ୍ର, ଦୀନକୃଷ୍ଣ ବାରିକ,ଙ୍କ ତତ୍ତ୍ୱlବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ ଟିବି ଡିଭିଜନ(ଭାରତ ସରକାର )ପରାମର୍ଶଦାତା ଡା ଧର୍ମା ରାଓ, ଅଧ୍ୟକ୍ଷ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଡା ଜ୍ଞାନ ରଞ୍ଜନ ମହାନ୍ତି ତଥା ଅନ୍ୟ ଅଧିକାରୀ ତଥା ଏ. ଏନ ଏମ ଛାତ୍ରୀ ମାନଙ୍କ ସମେତ ସମସ୍ତ ଏନ ଟି ଇ ପି ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *