ଫୋକସ ପ୍ଲସ(କଣାସ)୧୯/୦୮/୨୦୨୨: ଜିଲାପାଳଙ୍କ ନିର୍ଦ୍ଦେଶ କୁ ଜିଲ୍ଲା ଶିକ୍ଷା ବିଭାଗ ର ଫୁ । ଅତି ପ୍ରବଳ ବନ୍ୟା ପ୍ରଭାବିତ ଅଞ୍ଚଳ କୁ ଜିଲାପାଳ ସତର୍କ କରାଇ ସମସ୍ଥ ବିଦ୍ୟାଳୟ ଗୁଡିକୁ ବନ୍ଦ କରିବାକୁ ନିର୍ଦେଶ ଦେଇଥିବା ବେଳେ । ଅନ୍ୟପଟେ କିନ୍ତୁ ତାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି । ଦେଖୁଥିବା ଦୃଶ୍ୟ ହେଉଛି ପୁରୀ ଜିଲ୍ଲା କଣାସ ବ୍ଲକ ଦୟାନଦି ରେ ଆସିଥିବା ଭୟଙ୍କର ବନ୍ୟା ଜଳ ଲହଡି ଭାଙ୍ଗୁଥିବାର ଦୃଶ୍ୟ । ଯେଉଁଠି ଅଣ୍ଟାଏ ଉଚ୍ଚରେ ଅଧିକ ଜଳ ସ୍ରୋତ ବଢି ରାସ୍ଥାରେ ବିପଦ ସଂକୁଳ ଅବସ୍ଥାରେ ପାଣି ଚାଲୁଥିବାର ଦୃଶ୍ୟ । ସ୍ଥାନୀୟ ପ୍ରଶାସନ ସେଜାଗାକୁ ନଯିବାପାଇଁ ସମ୍ପୂର୍ଣ୍ଣ ଜନସାଧାରଣଙ୍କୁ ରୋକ ଲଗାଇଥିବା ବେଳେ । କିଛି ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି ସେହି ଜାଗାରେ । ରାସ୍ତା ଉପରେ ଅଣ୍ଟାଏ ଉଛରେ ବନ୍ୟା ଜଳ କରେଣ୍ଟ ଭଳି ଲହଡି ଭାଙ୍ଗୁଥିବା ବେଳେ । ବିଦ୍ୟାଳୟ ର ଛାତ୍ରଛାତ୍ରୀ ପ୍ରଖର ଜଳ ସ୍ରୋତରେ ବିପଦ ସଂକୁଳ ଅବସ୍ଥାରେ ହାତକୁ ହାତଧରି ମଜାନେଉଛନ୍ତି । ନା ଅଛନ୍ତି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ନା ଅଭିବାବକ । ବନ୍ୟା ଜଳରେ ବିଷାକ୍ତ ଜନ୍ତୁ ଏବଂ ଭୟଙ୍କର ବନ୍ୟା ଜଳର ପ୍ରଖର ସ୍ରୋତ କୁ ଖାତିରି ନକରି ଜୀବନ କୁ ବାଯିଲଗାଇ ଆଗକୁ ଆଗକୁ ମାଡିଚାଲିଛନ୍ତି ଛାତ୍ରଛାତ୍ରୀ । ଯଦି କିଛି ଅଘଟଣ ହୋଇଯାଏ ଏଥିପାଇଁ ଦାଇକିଏ ହେବ ? ଜିଲ୍ଲା ପ୍ରଶାସନ ନା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ । କାହା ଦାଇତ୍ୱ ରେ ଛାତ୍ରଛାତ୍ରୀ ଙ୍କ ଏ ଅମୂଲ୍ୟ ଜୀବନ ।ଏଥିପାଇଁ ଦାଇହେବେକି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ? ଏ ହେଉଛନ୍ତି କଣାସ ସରକାରି ଉଛବିଦ୍ୟାଳ ର ଛାତ୍ରଛାତ୍ରୀ ମାନେ । ଏ ବାବଦରେ ଆମେ ବିଦ୍ୟାଳୟ ର ଦାଇତ୍ୱ ରେ ଥିବା ପ୍ରଧାନ ଶିକ୍ଷକ ଙ୍କୁ ପଚାରିବା ପରେ କହିଥିଲେ ଆମକୁ ଉପରୁ ନିର୍ଦ୍ଦେଶ ଥିଲା ବିଦ୍ୟାଳୟ କୁ ଏକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଙ୍କୁ ଆସିବା ପାଇଁ । ଜିଲାପାଳଙ୍କ ଘୋଷଣା ମୂଲ୍ୟ ହୀନ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି |
କଣାସ ରୁ ସୈ।ମ୍ୟ କାନ୍ତ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |