ଜିଲ୍ଲାପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଲେ ବୁଣାକାର ସଂଘ

ହସ୍ତତନ୍ତର ଜିଲ୍ଲା ସୁବର୍ଣ୍ଣପୁର । ଜିଲ୍ଲାର ହସ୍ତତନ୍ତ ବା ବାନ୍ଧ କଳା ସାରା ପୃଥିବୀରେ ଏକ ସ୍ବତନ୍ତ୍ରତା ସୃଷ୍ଟି କରି ପାରିଛି । ସୁକ୍ଷ୍ମ ସୁତାରେ ହାତ ବୁଣା ଭଳିକି ଭଳି ଶାଢି ଓ କପଡା ପାଇଁ ସୁବର୍ଣ୍ଣପୁର ବୁଣାକାରମାନଙ୍କ ବେସ ନା ରହିଛି । ତେବେ ଏହି ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅ।ଉ ଏକ ନିଅ।ରା ପଦକ୍ଷେପ ନିଅଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏବେ ଜିଲ୍ଲାର ପ୍ରତି ସୋମବାର ହନ୍ତତନ୍ତ ପ୍ରସ୍ତୁତ ଲୁଗା ପିନ୍ଧିବେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ । ଯାହାକୁ ନେଇ ଜିଲ୍ଲାବାସୀ ଓ ବୁଣାକାରମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେବା ସହ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।
ଭିଓ1-ସୁବର୍ଣ୍ଣପୁରର ବାନ୍ଧ କଳା ବିଶ୍ବଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏଠାକାର ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ ହାତବୁଣା ଶାଢି ବିଭିନ୍ନ ସମୟରେ ସେଲିବ୍ରିଟି, ରାଜନେତା ଓ ଅନ୍ୟମାନେ ପରିଧାନ କରି ବେସ ଚର୍ଚ୍ଚାରେ ଥିବା ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାରେ ପ୍ରାୟ 5 ହଜାର ବୁଣାକାର ପରିବାର ଥିବାବେଳେ ଏଠାକାର ବାନ୍ଧକଳା ବେସ ଅ।ଦୃତ ଲାଭ କରି ପାରିଛି । ତେବେ ଜିଲ୍ଲାର ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ସହ ଭଲ ରୋଜଗାର ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ଏକ ନିଅ।ରା ପ୍ରୟାସ । ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀମାନେ ଅଭିଯୋଗ ଶୁଣାଣିକୁ ଗଳାବେଳେ ହସ୍ତତନ୍ତ ବା ସୁବର୍ଣ୍ଣପୁର ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ ବସ୍ତ୍ର ପରିଧାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ବେସ ଖୁସି ଅନୁଭବ କରିଛନ୍ତି ବୁଣାକାରମାନେ ।
ବାଇଟ-1 ଡଲି ମେହେର, ବୁଣାକାର
ବାଇଟ-2 ମାର୍କଣ୍ଡେଶ୍ବର ମେହେର, ବୁଣାକାର
ଭିଓ2- ସୁବର୍ଣ୍ଣପୁରରେ ବୁଣାକାର ଓ ବାନ୍ଧଶିଳ୍ପୀଙ୍କ ସୁକ୍ଷ୍ମ କାରୁକାର୍ଯ୍ୟ ଦ୍ବାରା ପ୍ରସ୍ତୁତ ହେଉଥିବା ଲୁଗା ଏବେ ବିଶ୍ବ ବଜାରରେ ବେସ ଚାହିଦା ରହିଛି । ତେବେ ହସ୍ତତନ୍ତ ସାମଗ୍ରୀର ବହୁଳ ପ୍ରସାର ସହ ବୁଣାକାରମାନଙ୍କ ଅ।ର୍ଥିକ ଅଭିବୃଦ୍ଧି ପାଇଁ ଜିଲ୍ଲା ସ୍ତରର ସମସ୍ତ ଅଧିକାରି ସମ୍ବଲପୁରି ବସ୍ତ୍ର ପରିଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅ।ଜି ପ୍ରଥମକରି ଏହା ଦେଖିବାକୁ ମିଳିଥିଲା ଉଲୁଣ୍ଡା ସଭାଗୃହରେ ଚାଲିଥିବା ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ । ଅଧିକାରୀମାନେ ରଙ୍ଗବେରଙ୍ଗର ହସ୍ତତନ୍ତରେ ପ୍ରସ୍ତୁତ କପଡା ପିନ୍ଧି ଅ।ସିଥିବା ଦେଖିବାକୁ ମିଳିଥିଲା । ତେବେ ଏହାକୁ ସ୍ବାଗତ କରିଛନ୍ତି ଜିଲ୍ଲା ବୁଦ୍ଧିଜିବୀ । ତା ସହ କେବଳ ଜନଶୁଣାଣି ନୁହେଁ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ସମ୍ପଲପୁରୀ ବା ସୋନପୁରୀ ବସ୍ଥ୍ର ପରିଧାନକୁ ଜିଲ୍ଲାପାଳ ଗୁରୁତ୍ବ ଦେବାକୁ ସେ ଅନୁରୋଧ କରିଛନ୍ତି । ଅପରପକ୍ଷରେ ଏହି ଅଭିଯାନରେ ବୁଣାକାରମାନଙ୍କ ଅର୍ଥିକ ଅଭିବୃଦ୍ଧି ସହ ସୁଦୁର ପ୍ରସାର ହୋଇ ପାରିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ବାଇଟ-3 ଅ।ବୋଲି ସୁନିଲ ନରଓ୍ବାଣେ, ଜିଲ୍ଲାପାଳ, ସୁବର୍ଣ୍ଣପୁର
ଫାଭିଓ-ଦିନକୁ ଦିନ ବଢୁଛି ହସ୍ତତନ୍ତ ବସ୍ତ୍ରର ଚାହିଦା । ଏବେ ଜିଲ୍ଲା ପ୍ରଶାସନର ଏଭଳି ପ୍ରୟାସ ନିଶ୍ଚିତ ଭାବରେ ବୁଣାକାରମାନଙ୍କୁ ଅ।ଉ ପାଦେ ଅ।ଗେଇ ନେବ ନିଶ୍ଚୟ ।

Leave a Reply

Your email address will not be published. Required fields are marked *