ଅନୁଗୁଳ୨୨/୧୧/୨୦୨୩; ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୋଳ ତରଫରୁ କନଫରେନ୍ସ ହଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନୁଗୋଳ ଠାରେ “କର୍ମକ୍ଷେତ୍ରରେ ମହିଳା ମାନଙ୍କ ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧ ଏବ ପ୍ରତିକାର) ଅଧିନିୟମ ସମ୍ପର୍କିତ ଏକ ସଚେତନତା ଶିବିର ଅନଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତ ବିଚାରପତି, ଅନୁଗୋଳ ଶ୍ରୀଯୁକ୍ତ ସଦାଶିବ ଜେନା, ଅତିରିକୁ ଜିଲ୍ଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ଅଦାଲତ ପୋକ୍ସୋ, ଅନୁଗୋଳର ବିଚାରପତି ଶ୍ରୀଯୁକ୍ତ ରୁଦ୍ରପ୍ରସାଦ ମହାପାତ୍ର, ଜିଲ୍ଲା ଆଇନସେବା ପ୍ରାଧିକରଣ ସଦସ୍ୟ ଶ୍ରୀଯୁକ୍ତ ପରମାନନ୍ଦ ମିଶ୍ର, ପ୍ରୋଟେକ୍ସନ ଅଫିସର, ଅନୁଗୋଳ ପୋର୍ଣ୍ଣମାସି ରଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଅନୁଗୋଳ ଡ଼ ଶିବାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚାସିନ ଅତିଥିମାନେ “କର୍ମକ୍ଷେତ୍ରରେ ମହିଳା ମାନଙ୍କ ଯୌନ ଉହୀଡନ (ପ୍ରତିରୋଧ, ନିଷେଧ ଏବ ପ୍ରତିକାର) ଅଧିନିୟମ ସମ୍ପର୍କିରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଡକ୍ଟରନର୍ସ, ଷ୍ଟାଫ ଇତ୍ୟାଦି ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟିକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ନାୟକ ପରିଚାଳନା କରିଥିଲେ ।