ଜୀବନକୁ ବାଜିଲଗାଇ ଦେଲେ ସ୍ୱାସ୍ଥ୍ୟଅଧିକାରୀ

ଫୋକସ ପ୍ଲସ(ଗଣିଆ)୨୩/୦୮/୨୦୨୨: ଲଘୁଚାପ ଜନିତ ବର୍ଷା ଓ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା l ମହାନଦୀରେ ବନ୍ୟା ଯୋଗୁଁ ଗଣିଆ ବ୍ଲକର ୫ ଗୋଟି ପଞ୍ଚାୟତର ପ୍ରାୟ ୧୫ହଜାରରୁ ଅଧିକଲୋକେ ଜଳବନ୍ଦୀ ଅବସ୍ଥାରେ ଥିଲେ l ବର୍ତ୍ତମାନ ବନ୍ୟା ପରିସ୍ଥିତି ଟିକେ ସୁଧୁରି ଥିବାରୁ ଲୋକମାନେ ବନ୍ୟାର ଦୂଷିତ ପାଣିକୁପିଇ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଛନ୍ତି l ଛାମୁଣ୍ଡିଆ କୁତୁରି ରାସ୍ତାରେ ସୋମବାର ପୂର୍ବାହ୍ନରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରି ଡ଼ା ମଧୁସୂଦନ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କୁତୁରି ଅଭିମୁଖେ ବାହାରିଥିଲେ! କିନ୍ତୁ ବଡମୁଳ ଗାଁ ପରେ କୁତୁରିଗ୍ରାମ ପୂର୍ବରୁ ଏକ ନାଳରେ ନଦୀ ପାଣି ଛିଡ଼ୁ ଥିବାରୁ ପ୍ରବଳ ସୁଅ ହେଉଥିଲା ! ଡାକ୍ତରୀ ଦଳ ଯିବା ପାଇଁ ମନରେ ଭୟ ସୃଷ୍ଟି ହୋଇଥିଲା କିନ୍ତୁ ସ୍ଥାନୀୟ ଲୋକଙ୍କ ସାହାୟତାରେ କୁତୁରି ଗ୍ରାମରେ ସ୍ୱାସ୍ଥ୍ୟ କର୍ମଚାରୀ ପହଁଚିଥିଲେ !ସେଠାରେ ପହଁଚି ଲୋକମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରିବା ସହିତ ହାଲୋଜିନ ବଟିକା ଅନ୍ୟନ୍ୟା ବଟିକା ପ୍ରଦାନ କରିଥିଲେ l ପାନୀୟ ଜଳ ସହିତ କୂଅରେ ବ୍ଲିଚିଙ୍ଗ ପାଉଡର ପକେଇଥିଲେl ଏହିପରି ବିପଦପୂର୍ଣ ରାସ୍ତାରେ ନିଜଜୀବନକୁ ବାଜିଲାଗାଇ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ପୁରୁଷ,ମହିଳା ସ୍ୱାସ୍ଥ୍ୟ କର୍ମଚାରୀ ଆଶା, ଅଙ୍ଗନାୱାଡି କର୍ମଚାରୀ ପହଁଚି ସ୍ୱାସ୍ଥ୍ୟ ସେବା ଯୋଗାଈଦେଥିବାରୁ ଛାମୁଣ୍ଡିଆ ସରପଞ୍ଚ ଦିପ୍ତୀରେଖା ସେନାପତି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି l

ଗଣିଆ ସମୀର କୁମାର ବେହେରାଙ୍କ ରିପୋର୍ଟ ଫୋକସ ପ୍ଲସ ଓଡିଶା l

Leave a Reply

Your email address will not be published. Required fields are marked *