ଜୀବନ ମଞ୍ଚର ନିଖୁଣ କଳାକାର :ଡାକ୍ତର ଜୟଦେବ

ଫୋକସ ପ୍ଲସ (କୋଦଳା)୨୩/୦୬/୨୦୨୨: ରୋଗୀଙ୍କୁ ଦେଖିଲେ ସେବା କରିବା ପାଇଁ ଯେତିକି ତତ୍ପର,ନାଟ୍ୟ ମଞ୍ଚରେ ମଧ୍ୟ ରଙ୍ଗ ବୋଳି ହୋଇ କଳାକାର ଭାବେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ସେତିକି ଆଗ୍ରହ | ଭୁଲି ନାହାନ୍ତି ରୋଗୀ ସେବା କିମ୍ବା ଭୁଲିବାକୁ ଚାହାଁନ୍ତି ନାହିଁ ମୁହଁରେ ରଙ୍ଗ ଲଗାଇବାର ନିଶା | ଆମେ କହୁଛୁ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟରତ ଆୟୁଷ ଡାକ୍ତର ଜୟଦେବ ନାୟକ ଙ୍କ କଥା |ପେଶାରେ ଜଣେ ଡାକ୍ତର ହେଲେ,ନିଶାରେ ଜଣେ ନାଟକ କଳାକାର ।ଏହି ନିଆରା ନିଶା ପାଇଁ ଅଂଚଳବାସୀ ଙ୍କ ପାଖେ ସେ ଆଜି ଅଞ୍ଚଳରେ ବେଶ ପରିଚିତ ।ଦିନରେ ରୋଗୀ ସେବା ହେଉ କି କରୋନା ଭଳି ମହାମାରୀ ରେ ଘରଘର ବୁଲି ରୋଗୀ ସେବା ହେଉ ସବୁଠି ସେ ନିଜର ଦକ୍ଷତା ର ପରିଚୟ ଦେଇଥିବା ଡାକ୍ତର ଙ୍କ କିନ୍ତୁ ନାଟକ ଅଭିନୟ ପ୍ରତି ରହିଛି ଅହେତୁକ ରୁଚି । ଗତ ରଜ ସଂକ୍ରାନ୍ତି ରେ ନିଜ ଗ୍ରାମ ପଦ୍ମପୁର ନୂଆଗାଁରେ ମଞ୍ଚସ୍ତ ପୌରାଣିକ ନାଟକ ରାମାୟଣରେ ଦଶରଥ ଭୂମିକା ରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ଖୁବ ମନୋରଞ୍ଜନ କରାଇଥିଲେ ।ନାଟକ ଟିକୁ ବୁରୁଝରି ଗ୍ରାମର ପୂର୍ବତନ ଶିକ୍ଷକ ଶ୍ରୀ ବିଜୟ କୁମାର ମହାନ୍ତି ଲେଖିଥିଲା ବେଳେ ଏସ.ଛଚିନା ଗ୍ରାମ ର ଶ୍ରୀ ଇନ୍ଦ୍ରମଣି ସାସମଲ ନିର୍ଦ୍ଦେଶନା ଦେଇଥିଲେ । ଏହା ପୂର୍ବରୁ ଡାକ୍ତର ମହାଶୟ ରାମାୟଣରେ ରାବଣ ଓ ହନୁମାନ ଭଳି ଭୂମିକାରେ ଅଭିନୟ କରି ନିଜ କଳା ପ୍ରେମ ର ପରିଚୟ ଦେଇସାରିଛନ୍ତି ।ଡାକ୍ତର ଜୟଦେବ ନାୟକ ପିଲା ଦିନରୁ ନାଟକ ପ୍ରତି ରୁଚି ଥିବା କଥା ପ୍ରକାଶ କରିଥିବା ବେଳେ ତାଙ୍କର ଶିକ୍ଷକ ତଥା ନାଟ୍ୟକାର ଶ୍ରୀ ବିଜୟ କୁମାର ମହାନ୍ତି ତାଙ୍କ ପ୍ରେରଣା ଓ ଉତ୍ସାହ ବୋଲି କହିଛନ୍ତି ।ବିଶେଷ କରି ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ରଚିତ ନାଟକ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିବା ସେ ସ୍ଵୀକାର କରିଛନ୍ତି। ଭବିଷ୍ୟତ ରେ ନିଜ ଗୁରୁଙ୍କ ରଚିତ ମହାଭାରତ ନାଟକରେ ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରିବାର ଆଶା ରଖିଛନ୍ତି ଡାକ୍ତର ଜୟଦେବ ନାୟକ।

କୋଦଳା ରୁ ଦେବାଶିଷ ମହାରଣା ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *