ଜୀବନ, ଯନ୍ତ୍ରଣା ଓ ଯୋଜନା

ଫୋକସ ପ୍ଲସ(ଆଠମଲ୍ଲିକ)୨୩/୦୮/୨୦୨୨: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଂଚାୟତ ଅନ୍ତର୍ଗତ ସଦାନନ୍ଦ ପୁର ଗ୍ରାମର କ୍ଷୀର ଭୋଇ ସ୍ୱାମୀ ସୁଦର୍ଶନ ଭୋଇ ନାମକ ଦୁଇ ପରାଣୀ ଭାରି ନିଃସହାୟ ଅଟନ୍ତି । ତାଙ୍କର ଗୋଟିଏ ବୋଲି ପୁଅ ବୃଦ୍ଧବୃଦ୍ଧ। ପିତା ମାତାଙ୍କୁ ଛାଡି ଅନ୍ୟତ୍ର ବାସ କରି ଅଛନ୍ତି । ସରକାର ଙ୍କ ତରଫରୁ ମିଳୁଥିବା ଚାଉଳ ଗଣ୍ଡିକ ସହିତ ଭତା ରେ ହିଁ ତାଙ୍କର ବିତୁଛି ଜୀବନ ।ପାଖରେ ଆହା କରିବାକୁ ବୋଲି କେହିହେଲେ ବୋଲି ଜଣେ ନାହିଁ ।ଏ ବର୍ଷ ଲଘୁଚାପଜନିତ ବର୍ଷାରେ ବୃଦ୍ଧବୃଦ୍ଧ। ଙ୍କର ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ବର୍ତ୍ତମାନ ସେମାନେ ରହିବାକୁ ବହୁତ ଅସୁବିଧା ଦେଇଛି ।ବର୍ଷା ଚାଲିଗଲେ ଶୀତ ଋତୁ ର ଶୀତ ପ୍ରକୋପରେ କିପରି ରହିବେ ତାହା ଭଲେଣି ପଡିଛି ।ଉକ୍ତ ଘଟଣାର ସମାଧାନ ନିମନ୍ତେ ସ୍ଥାନୀୟ ସରପଞ୍ଚ ଙ୍କ ସହିତ ଯୋଗାଯୋଗ କରିବାରୁ ସରପଞ୍ଚ ଚାରୁ ଲତା ମିଶ୍ର କହିଛନ୍ତି ଏ ବର୍ଷ ସରକାରଙ୍କ ଯୋଜନାରେ ଘର ମଞ୍ଜୁର ହେଲେ ପ୍ରଥମେ ଉକ୍ତ ବୃଦ୍ଧବୃଦ୍ଧ। ଙ୍କୁ ପ୍ରଥମେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ।ନିରାଶ୍ରୟରେ ବାଧ୍ୟହୋଇ ବୃଦ୍ଧ ସୁଦର୍ଶନ ଭୋଇ ଗଣ ମାଧ୍ୟମ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି ଘର ଖଣ୍ଡିଏ ପ୍ରଦାନ କଲେ ବୃଦ୍ଧବୃଦ୍ଧ ଶାନ୍ତିରେ ଜୀବନ ବିତାଇ ପତିବେ ବୋଲି ଆଶାବାନ୍ଧି ଛନ୍ତି ।

ଆଠମଲ୍ଲିକ ରୁ କରୁଣାକର ନାୟକଙ୍କ ରିପୋର୍ଟ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *