ଜୀବନ ଯୁଦ୍ଧରେ ହାରିଗଲେ ଜୀବନ ଗଢୁଥିବା ମଣିଷ

ଫୋକସ ପ୍ଲସ ୧୬/୬/୨୨(ଖୋର୍ଦ୍ଧା): ଅନେକଙ୍କ ପାଇଁ ପ୍ରେରଣା ସାଜିଥିଲେ, ଅନେକଙ୍କ ଭବିଷ୍ୟତ ଗଢିବାର ସ୍ୱପ୍ନା ଦେଖି ବାଛି ନେଇଥିଲେ ଶିକ୍ଷାକଙ୍କ ପେସା |ବେଗୁନିଆ ରେ ଶିକ୍ଷକଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି |ଗତ କିଛି ଦିନ ତଳେ ଚାକିରିରୁ ନିଲମ୍ବିତ ହୋଇ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ, ଶିକ୍ଷକ ଅମର ନାଥ ସେଠି ଆଉ ବାଛି ନେଇଥିଲେ ଆତ୍ମହତ୍ୟା ର ରାସ୍ତା | ନିଜ ଘରେ କେହି ନଥିବା ସମୟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଶିକ୍ଷକ ଏବଂ ଛାଡି ଯାଇଛନ୍ତି ଏକ ସୁଇସାଇଡ ନୋଟ୍ ଯାହା ପୋଲିସ ଜବତ କରିଛି |ଘଟଣାକୁ ନେଇ ବେଗୁନିଆ ଆଇଆଇସି ଲକ୍ଷ୍ମୀ ପ୍ରସାଦ ଶତପଥୀ ତଦନ୍ତ ଆରମ୍ଭ କରିଛନ୍ତି |

Leave a Reply

Your email address will not be published. Required fields are marked *