ଫୋକସ ପ୍ଲସ 8/3/23(ଆଳି): ଆଳି ଥାନା ଅନ୍ତର୍ଗତ ଜୁଆଣିଆ ଗ୍ରାମରେ ଏକ ଗାଡି ପୋଡି ଓ ଜଣେ ଯୁବତୀଙ୍କୁ ଅସଦାଚରଣ ମାମଲା କୁ ନେଇ ଗାଁ ରେ ଉତେଜନା ଲାଗି ରହିଥିବା ବେଳେ ସୋମବାର ସନ୍ଧ୍ୟାରେ ଉଭୟ ଗୋଷ୍ଠୀ ଙ୍କ ପକ୍ଷରୁ ଢେଲାପଥର ମାଡ଼ ହୋଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଉଭୟ ଜୁଆଣିଆ ଓ ଗୋବିନ୍ଦପୁର ପଂଚାୟତରେ ଚାପା ଉତ୍ତେଜନା ଲାଗିରହିଛି। ତେବେ ଏହି ଘଟଣାରେ କେତେଜଣ ଆହତ ହୋଇଛନ୍ତି ସେନେଇ ସୂଚନା ମିଳି ନଥିବା ବେଳେ ଆଳି ଏଡ଼ରଙ୍ଗ ଗ୍ରାମ ର କୌଳାଶ କୁମାର ବେହେରା ନାମକ ଯୁବକ ଆଳି ରୁ ଘରକୁ ଫେରୁ ଥିବା ସମୟରେ ଏହି ୨ ଗୋଷ୍ଟି ମଧ୍ୟରେ ଗୋଣ୍ଡୋଗଳର ଶିକାର ହୋଇ ତାଙ୍କ ଗୋଡ ହାତ ଭାଙ୍ଗି ଯାଇ ଥିବା ଥାନା ରେ ଅଭିଯୋଗ କରିଛନ୍ତି। Byte:- ୧ ଅନିଲ ବେହେରା, ଆହତ ବ୍ୟକ୍ତି।
ତେବେ ପରିସ୍ଥିତିକୁ ନଜରେ ରଖି ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି । ସୂଚନା ଅନୁଯାଇ ବର୍ତମାନ ସୁଦ୍ଧା ସୁଦ୍ଧା ଉଭୟ ଗୋଷ୍ଠୀ ଙ୍କ ପକ୍ଷରୁ ମୋଟ ୯ ଟି କେସ ରୁଜୁ ହେଇ ଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି | ସେହି ପରି ଭାବେ ଗତ ସୋମବାର ବିଳମ୍ୱିତ ରାତିରେ ପୂର୍ବ ରାଜନୀତିକ ଶତ୍ରୁତା କାରଣରୁ ରାତିରେ ଗୋବିନ୍ଦପୁର ଗ୍ରାମରେ ସରପଞ୍ଚଙ୍କ ଘର ଓପରକୁ ୫ ଜଣ ଲୋକ ସଂଘବଧ ଭାବେ ଢେଲା ପଥର ମାଡ କରିବା ସହ ମହିଳା ସରପଞ୍ଚ ଙ୍କୁ କୁ ଖଣ୍ଡା ଭୁଜାଲି ରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ନେଇ ଗୋବିନ୍ଦପୁର ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପ୍ରେମଲତା ମଳିକ ସରପଞ୍ଚ ଙ୍କ ଶାଶୁ
ଆଳି ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ସୂଚନା ଦେଇଛନ୍ତି |ଆଗକୁ ଏହି ରାଜନୈତିକ ଗୋଷ୍ଠୀ ବିବାଦ ଲାଗି ରହିଲେ ଆଗାମୀ ଦିନରେ ବଡ଼ ଧରଣର ଅଘଟଣ କୁ ଏଡାଇ ନ ଦିଆଯାଇପାରିବ ବୋଲି ଆଳି ର ବୁଦ୍ଧିଜୀବୀ ଙ୍କ ମହଲରେ ମତ ପ୍ରକାଶ ପାଉଛି |ଅନ୍ୟ ପକ୍ଷରେ ଏହି ଘାଟଣାର ତୁରନ୍ତ ସମାଧାନ ଓ ଦୋଷୀ ମାନଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ପାଇଁ ପୋଲିସ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି