ଜୁଆ ଆଡ୍ଡା ରେ ଚଢାଉ, ୭ଗିରଫ

ଫୋକସ ପ୍ଲସ ୧୮/୦୬/୨୨ (ପାତ୍ରପୁର): ଜରଡା ଥାନା ଇଲାକାରେ ଜୁଆ ଆଡ୍ଡା ଦିନକି ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଶନିବାର ଖାରିଆଗୁଡା ଫାଣ୍ଡି ଅଧିନ ମୁକୁନ୍ଦପୁର ଗ୍ରାମ ନିକଟରେ ଚାଲିଥିବା ବଡ ଧରଣର ଜୁଆ ଆଡ୍ଡା ଉପରେ ଖାରିଆଗୁଡା ଫାଣ୍ଡି ପକ୍ଷରୁ ଚଢାଉ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ପ୍ରକାରେ ଖାରିଆଗୁଡା ଫାଣ୍ଡି ମୁକୁନ୍ଦପୁର ଗ୍ରାମ ନିକଟରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ଫାଣ୍ଡି ଅଧିକାରୀ ପ୍ରଫୁଲ ଚନ୍ଦ୍ର ଶତପଥି ଚଢାଉ କରିଥିଲେ । ଚଢାଉ ସମୟରେ ପୋଲିସ ୭ଜଣକୁ ଗିରଫ କରିବା ସହ ୪୪.୬୦୦ଟଙ୍କା ଜବତ କରାଯାଇଥିବା ଜଣାପଡିଛି । ଗିରଫ ମାନେ ହେଲେ ବି. ରାଜୁ, ମିଟୁ ଚଣ୍ଡ, ଜି. ଦଣ୍ଡପାଣି, ଉମାଶଙ୍କର ପଣ୍ଡା, ପି. ସିମାନ୍ଦ୍ରୀ ରେଡି, ମହେନ୍ଦ୍ର ବାଡତ୍ୟା ଓ ଲୋୟା କୁଣ୍ଡ । ଜରଡା ଥାନା ପୋଲିସ ପକ୍ଷରୁ ୨୦୦/୨୨ ଏକ ମାମଲା ରୁଜୁ କରିଥିବା ଫାଣ୍ଡି ଅଧିକାରୀ ପ୍ରଫୁଲ ଚନ୍ଦ୍ର ଶତପଥି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *