ଜୁଡ଼ାଏ ପୁଅ ଥିବାପରେ ବି ମା ହେଉଛି ହନ୍ତଶତ

ଫୋକସ ପ୍ଲସ 19/10/22( ବାଲିଆପାଳ ): ଦୁଇଟି ଭେଣ୍ଡିଆ ପୁଅ, ବୋହୁ, ନାତି ଓ ନାତୁଣୀ ଥିବାସ୍ଥଳେ 75 ବର୍ଷ ର ବୁଢ଼ୀ ମାଉସୀ ଏବେ କେବିନରେ କରୁଛନ୍ତି ବସବାସ l ସୂଚନାରୁ ପ୍ରକାଶ ବାଲିଆପାଳ ପଞ୍ଚାୟତ ସମିତି ଅସ୍ତି ଗ୍ରାମର ସ୍ୱର୍ଗତ ହରେକୃଷ୍ଣ ପରିଡା ଙ୍କ ଧର୍ମପତ୍ନୀ ଶାନ୍ତିଲତା ପରିଡା ବୟସ 75 ବର୍ଷ l ମାଉସୀ ଙ୍କ ଘରେ ଦୁଇଟି ପୁଅ ଅଛନ୍ତି କିନ୍ତୁ ପାଖରେ କେହି ପୁଅ ନାହାନ୍ତି l ଦେଶ ପଚସ୍ତରୀ ବର୍ଷ ଶାସନ ପରେବି ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି l ମାଉସୀର ସବୁ ଅଛି କିନ୍ତୁ କିଛି ନାହିଁ l ମାଉସୀ ଜଣଙ୍କ ଏବେ ଦେଉଳା ଗ୍ରାମ ରେ ଗୋଟିଏ କେବିନରେ ରହିବା ଖାଇବା ସହିତ ସୁଇବା ମଧ୍ୟ୍ୟ ସବୁ ସେହି କେବିନରେ କରୁଛନ୍ତି l ଦୁଇ ପୁଅ ମାଆ ପାଖରୁ ଜାଗା ବାଡ଼ି ନିଜ ନାମିତ କରିନେବା ପରେ ମାଆ କୁ ଘରୁ ବାହାର କରି ଦେଇଛନ୍ତି l କଥାରେ ଅଛି” ଭାଇ ହେଉଛି ଭଗାରୀ ସଉତୁଣୀ ହେଉଛି ଧାରୁଆ ଛୁରୀ “କିନ୍ତୁ ବାସ୍ତବରେ ଦେଖିବାକୁ ମିଳିଛି ଏଠାରେ ସଉତୁଣୀ ହେଉଛି ସବୁକିଛି ଅର୍ଥାତ ବାପା, ମାଆ, ସ୍ୱାମୀ, ପୁଅ, ଝିଅ l ସ୍ୱର୍ଗତ ହରେକୃଷ୍ଣ ପରିଡା ର ଦୁଇଜଣ ସ୍ତ୍ରୀ ପ୍ରଥମ ସ୍ତ୍ରୀ ଜଣଙ୍କ ହେଲେ ଶାନ୍ତିଲତା ଓ ଦ୍ୱିତୀୟ ସ୍ତ୍ରୀ ହେଲେ ସଂକୀରି l ମାଉସୀ ଶାନ୍ତିଲତା ର ଦୁଃଖ ସହି ନପାରି ସଂକୀରି ଏବେ ସଉତୁଣୀ କୁ ନିଜର ମାଆ ପରି ଯତ୍ନ କରୁଛି ଏବଂ ସବୁ ଖର୍ଚ୍ଚ ବହନ କରୁଛି l ସଂକୀରି ଜଣେ ଅତି ଗରିବ ତାଙ୍କର ଗୋଟିଏ ଚାହା ଦୋକାନ ଅଛି l ଚାହା ବିକ୍ରିକରି ଯାହା ରୋଜଗାର ହୁଏ ସେହି ପଇସାରେ ଦୁଇ ମାଉସୀ ଖାଇ ନଖାଇ ଦୁଃଖ କଷ୍ଟେ ଚଳନ୍ତି l ବର୍ତମାନ ଯୁଗରେ ପ୍ରାୟ ସବୁ ବାପା ମାଆ ଠାକୁରଙ୍କୁ ମାଗନ୍ତି ମୋତେ ଗୋଟିଏ ପୁଅ ଦିଅନ୍ତୁ l ମା ଦସମାସ ଦଶଦିନ ନିଜକୁ କଷ୍ଟ ଦେଇ ଛୁଆଟିକୁ ଜନ୍ମ ଦେଇଥାଏ କଣ ଏମିତି କଷ୍ଟ ପାଇବା ପାଇଁ l ମାଆ ବାପା ମାଗନ୍ତି ମୋତେ ଗୋଟିଏ ପୁଅ ଦିଅନ୍ତୁ କଣ ଏମିତି କଷ୍ଟ ପାଇବା ପାଇଁ, ଦୁନିଆଁରେ କାହାରିକୁ ଏମିତି ପୁଅ ନମିଳୁ ଆଜ୍ଞା l ମାଉସୀର ପୁଅ ମାନେ କହିଲେ ମାଆ ତୁ ଘରେ ରହିଲେ ଆମ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ହେଉଛି ତୁ ଘରଛାଡି ଚାଲିଜା, ତୁ କଣ ଚାହୁଁଛୁ ତ ପୁଅମାନେ ଦୁଃଖ କଷ୍ଟରେ ରୁହନ୍ତୁ l ଏମିତି ପୁଅମାନଙ୍କୁ ଟିକିଏ ସଦ ବୁଦ୍ଧି ଦିଅନ୍ତୁ ଏହା ହିଁ ଭଗବାନଙ୍କ ପାଖରେ ଗୁହାରି l
ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *