ଜୁନ୍ ୫ ରେ ଆସୁଛନ୍ତି ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟେକର।

ଫୋକସ ପ୍ଲସ ୩/୬/୨୨(ଥୁଆମୂଳ): ଦେଶର ବିଶିଷ୍ଟ ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟେକରଙ୍କ ଜୁନ୍ ୫ରେ ଥୁଆମୂଳ ରାମପୁର ଗସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିବା ବେଳେ ଏହାକୁ ନେଇ ଉତ୍ସାହିତ କର୍ଲାପାଟ ଖଣ୍ଡୁଆଳ ମାଳି ସୁରକ୍ଷା କମିଟି।କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ରହିଥିବା ଖଣ୍ଡୁଆଳ ମାଳି ବକ୍ସାଇଟ ଖଣିର ସୁରକ୍ଷା ସହିତ ଅଞ୍ଚଳର ଆଦିବାସୀ ମାନଙ୍କ ଜିବନ ଜୀବିକାର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଆସୁଛି ଖଣ୍ଡୁଆଳ ମାଳି ସୁରକ୍ଷା କମିଟି।ଜଳ,ଜମି ଓ ଜଙ୍ଗଲ ଉପରେ ସଂଗ୍ରାମ କରିଆସୁଥିବା ଏହି କମିଟି ଖଣ୍ଡୁଆଳ ମାଳିକୁ ସରକାର ଲିଜ୍ ଦେବା ବିରୁଦ୍ଧରେ ମଧ୍ୟ ଆନ୍ଦୋଳନ ଜାରି ରଖିଛି।ଏହି ଆନ୍ଦୋଳନରେ ସ୍ଥାନୀୟ ସ୍ଥାନୀୟ ସଂଗ୍ରାମୀ ନେତା ଓ ଅନ୍ଦୋଳନ କାରୀଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରତିନିଧିତ୍ଵ କରୁଥିବା ସଂଗ୍ରାମୀ ନେତା ସାମିଲ ହୋଇ ହୋଇ ଏହି ଆନ୍ଦୋଳନ ଜାରି ରଖିଛନ୍ତି।ଜୁନ୍ ୫ ବିଶ୍ବ ପରିବେଶ ଦିବସ ଅବସରରେ ଖଣ୍ଡୁଆଳ ମାଳି ସୁରକ୍ଷା କମିଟି ଏକ ବିଶିଷ୍ଟ ସମାବେଶର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି।ଏହି ସମାବେଶରେ ଦେଶର ବରିଷ୍ଠ ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟେକର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଏଥିସହିତ ପରିବେଶବିତ୍ ତଥା ରାଜ୍ୟର ବରିଷ୍ଠ ସଂଗ୍ରାମୀ ନେତା ପ୍ରଫୁଲ ସାମନ୍ତରାୟ, କୃଷକ ନେତା ଲିଙ୍ଗରାଜ, ନିୟମଗିରି ସୁରକ୍ଷା ଆନ୍ଦୋଳନ ନେତା ଲିଙ୍ଗରାଜ ଆଜାଦଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତର ଜନ ଆନ୍ଦୋଳନ ନେତୃ ମଣ୍ଡଳୀ ଏହି ସମାବେଶରେ ଉପସ୍ଥିତ ରହିବା ସୂଚନା ଦିଆଯାଇଛି।ଏହି ସମାବେଶରେ ଗାଁ ଗାଁରୁ ବହୁ ସଂଖ୍ୟାରେ ଜନ ସାଧାରଣ ମାନେ ଯୋଗଦେବାକୁ ନିବେଦନ କରିଛି କର୍ଲାପାଟ ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି ଆସନ୍ତା ୫ ତାରିଖ ରବିବାର ଦିନ ପେରମଞ୍ଜି ଗ୍ରାମ ର ପରଜା ଉତ୍ସବ ପଡ଼ିଆ ଠାରେ ପାଳନ ହେବ ବିଶ୍ଵ ପରିବେଶ ଦିବସ ।

Leave a Reply

Your email address will not be published. Required fields are marked *