ଜେଲ୍ ଗଲେ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ

ଫୋକସ ପ୍ଲସ(ଉଦଳା)୨/୦୮/ ୨୦୨୨:ଉଦଳା ଥାନା ଅନ୍ତର୍ଗତ ରାଢ ଲୁଇପା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଆଦିକନ୍ଦ ଦେ ଙ୍କ ନାମରେ ପୂର୍ବରୁ ବିଭିନ୍ନ ଦୁର୍ନୀତିର ଅଭିଯୋଗ ହୋଇଥିଲା ।ଶ୍ରୀଯୁକ୍ତ ଦେ ଉଚ୍ଚ ନ୍ୟାୟାଳୟରୁ ଜାମିନ ପାଇଥିଲେ ମଧ୍ୟ ଉଦଳା ଥାନାରେ ହୋଇଥିବା କେସ୍ ନମ୍ବର ୧୫୯/୨୨ ର ଜାମିନ ଉଚ୍ଚ ନ୍ୟାୟାଳୟରୁ ଆଣି ନଥିଲେ ।ଆଜି ଉଦଳା S.D.J.M କୋର୍ଟ ରେ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ନାମରେ ଥିବା କେସ ନମ୍ବର ୧୫୯/୨୨ ଅଭିଯୋଗ ଆଧାରରେ ଜାମିନ ନାମଞ୍ଜୁର ହୋଇଯିବାରୁ ଜେଲ୍ ଯାଇଛନ୍ତି ଶ୍ରୀ ଦେ । ସୂଚନାଯୋଗ୍ୟ କି ଗତ ଜୁନ ମାସ ନୂତନ ଅଧ୍ୟକ୍ଷ ଗୈାରାଙ୍ଗ ମହାପାତ୍ର ନିଯୁକ୍ତ ପରେ ଶ୍ରୀ ଦେ ଦାଇତ୍ୱ ହସ୍ତାନ୍ତର ନକରିବାରୁ ୬.୧ .୨୨ ତାରିଖ ରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଦୁଇଟି ଆଲମିରା ଭଙ୍ଗା ଯାଇ ଥିବା ବେଳେ ଅନେକ ତଥ୍ୟ ନମିଳିବା ସହିତ ପେନସନ ଫାଇଲ୍ ଗାଏବ ହୋଇଥିବାର ଉଦଳା ଥାନାରେ ଅଭିଯୋଗ ହୋଇଥିଲା |

ଉଦଳା ରୁ ଦିଲ୍ଲୀପ କୁମାର ପରିଡା ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *