ଜେଲ ଗଲେ ପୋଲିସ ଗାଡିର ଡ୍ରାଇଭର

ଫୋକସ ପ୍ଲସ (ସୁବର୍ଣ୍ଣପୁର)୧୪/୦୭/୨୦୨୨: ପୁଣି ଖାକି ବର୍ଦ୍ଦିରେ ଲାଗିଲା ଦାଗ । ଦୁସ୍କର୍ମ ଭଳି ସଙ୍ଗୀନ ଅଭିଯୋଗରେ ଜେଲ ଗଲେ ପୋଲିସ ଗାଡିର ଡ୍ରାଇଭର । ଏଭଳି ଅଭିଯୋଗରେ ଜେଲ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଞ୍ଜିତ ପ୍ରଧାନ । ଗତକାଲି ଜିଲ୍ଲାର ସୁବଳୟା ଥାନାରେ ଜୈନିକ ଯୁବତୀ ରଞ୍ଜିତ ବିରୋଧରେ ଦୁସ୍କର୍ମ ଅଭିଯୋଗ ଆଣିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସରେ କାର୍ଯ୍ୟରତ ଡ୍ରାଇଭର ରଞ୍ଜିତ ପ୍ରଧାନ ଯୁବତିଙ୍କୁ ଦୁସ୍କର୍ମ କରିଥିବାନେଇ ସୁବଳୟା ଥାନାରେ ମାମଲା ଦାୟର ପରେ ସୁବଳୟା ପୋଲିସ ରଞ୍ଜିତ କୁ ସୁବର୍ଣ୍ଣପୁର ରୁ ଉଠାଇଆଣି ଜେଲ ହାଜତକୁ ପଠାଇ ଦେଇଛି । ପୁର୍ବରୁ ପୋଲିସ ଡ୍ରାଇଭର ନବରଙ୍ଗପୁରରେ ଚାକିରି କରୁଥିବା ସମୟରେ ମଧ୍ୟ ସେଠାକାର ଜଣେ ଯୁବତୀ ରଞ୍ଜିତ ନାଁରେ ଅଭିଯୋଗ କରିଥିଲେ । ସତେବେଳେ ପୋଲିସ ଘଟଣାକୁ ରଫାଦଫା କରିଦେବାସହ ରଞ୍ଜିତକୁ ମାଲକାନଗିରି ବଦଳି କରିଦେଇଥିଲେ । ଏବେ କିଛିମାସ ତଳେ ରଞ୍ଜିତ ପ୍ରଧାନଙ୍କ ସୁବର୍ଣ୍ଣପୁର ଜିଲ୍ଲାକୁ ବଦଳି ହୋଇଥିଲା । କିନ୍ତୁ ରଞ୍ଜିତଙ୍କ ଚିରତ୍ରରେ କୌଣସି ପରିବର୍ତନ ଅସିଲାନାହିଁ ।ଏବେ ପୁଣି ସୁବଳୟା ଥାନା ଅଞ୍ଚଳର ଜଣେ ଯୁବତୀ ରଞ୍ଜିତ ନାଁରେ ଦୁସ୍କର୍ମ ଭଳି ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ରଞ୍ଜିତଙ୍କୁ ଗିରଫ କରିବା ସହ ଜେଲ ହାଜତକୁ ପଠାଇ ଦେଇଛି ।

ସୁବର୍ଣ୍ଣପୁର ରୁ ସହଦେଵ ମେହେରଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *