ଜୈବିକ ପଦ୍ଧତିରେ ଚାଷ କରି ଉଦାହରଣ ପାଲଟିଲେ ଜଣେ ଚାଷୀ।

ଫୋକସ ପ୍ଲସ 14/11/22(ଦଶମନ୍ତପୁର):ଜୈବିକ ପଦ୍ଧତିରେ ଚାଷ କରି ସଫଳ ହୋଇଛନ୍ତି ଜଣେ ଚାଷୀ। ସେ ହେଉଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତ ଅଧିନସ୍ଥ ଗୁଲି ମୂଷା ଗାଁ ର ସଭା ପ୍ରଧାନୀ । ସେ କହିବା ଅନୁସାରେ ଚାଷ କାର୍ଯ୍ୟ ରେ ରାସାୟନିକ ସାର ବ୍ୟବହାର କରି ହତାଶ ହୋଇଛନ୍ତି। ରାସାୟନିକ ସାର ବ୍ୟବହାର ଯୋଗୁଁ ଜଣେ ଚାଷୀ ବହୁତ କ୍ଷତି ସହିବାକୁ ପଡ଼ିଥାଏ। ଏହି ସାର ବ୍ୟବହାର ଯୋଗୁଁ ଚାଷ ଜମି ଧିରେ ଧିରେ ନଷ୍ଟ ହେଉଛି।ଜମି‌ ର ଉର୍ଭରତା କମି ଯାଉଛି। ଅଧିକ ଚାଷ ମଧ୍ୟ ଉତ୍ପାଦନ ହୋଇ ପାରୁନି। ପୁଣି ରାସାୟନିକ ସାର ବ୍ୟବହୃତ ଖାଦ୍ୟ ଦେହ ପାଇଁ ମଧ୍ୟ ଉପଯୋଗୀ ନୁହେଁ। ତେଣୁ ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଜୈବିକ ପଦ୍ଧତିରେ ଚାଷ ପାଇଁ ତାଲିମ ପାଇ ସେ ଏବେ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସ୍ବରୂପ ସଫଳ ଚାଷୀ ହୋଇ ପାରିଛନ୍ତି। ବର୍ତମାନ ତାଙ୍କ ପାଖରେ ବିଭିନ୍ନ ପ୍ରକାରର ଧାନ, ମାଣ୍ଡିଆ ସୁଆ ଭଳି ବିହୀନ ସଂରକ୍ଷଣ ରଖିଛନ୍ତି। ଏବଂ ଜିଆ ଖତ, ହାଣ୍ଡି ଖତ, ନିଜେ ପ୍ରସ୍ତୁତ କରି ଚାଷ କାର୍ଯ୍ୟ ରେ ବ୍ୟବହାର କରୁଛନ୍ତି। ଏବଂ ରାସାୟନିକ ସାର ବ୍ୟତୀତ ଜୈବିକ ସାର ବ୍ୟବହାର କରି ଅଧିକ ଫସଲ ଉତ୍ପାଦନ କରୁଥିବା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *