ଜୋର ଧରିଲା ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ଫୋକସ ପ୍ଲସ(କୋଣାର୍କ): ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନଂ ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ କୁ ନେଇ ନିମାପଡା ନିର୍ବାଚନ ମଣ୍ଡଳୀର ବିଜେପି ନେତ୍ରୀ ତଥା ରାଜ୍ୟ ଉପସଭାପତି ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶରେ ଗୋପ ଠାରେ ଥାନା ଘେରାଉ କରାଯାଇଛି ।ଏହି ଥାନା ଘେରାଉ କାର୍ଯ୍ୟକ୍ରମରେ ବିଜେପିର ଏକ ଟିମି ଗୋପ ବଜାରରେ ନିମାପଡା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶପୁଳିକା ଦାହ କରି ସ୍ୱତନ୍ତ୍ର ଶୋଭା ଯାତ୍ରାରେ ଗୋପ ଥାନାରେ ମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ନିମାପଡା ନିର୍ବାଚନ ମଣ୍ଡଳୀ ର ଯୁବ ନେତା ଦିଲିପ ନାୟକ ,ପୂର୍ବତନ 21 ନଂ ଜିଲାପରିସଦ ପୁର୍ଣଚନ୍ଦ୍ର ଓଝା ଯୁବ ମୂର୍ଚ୍ଛା ସଭାପତି ଶିଵ ପ୍ରସାଦ ସ୍ୱାଇଁ ,ସୁଶାନ୍ତ ସ୍ଵାଇଁ ,ରାଜକିଶୋର ନାୟକ ସହିତ ସମସ୍ତ କାର୍ୟ୍ଯ କର୍ତ୍ତା ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।ଅନ୍ୟପଟେ ମନ୍ତ୍ରୀଙ୍କ କଥା କଥିତ ଭାଣେଜୀ ବିନ୍ଦାସ ଚିନୁ କୁ ନେଇ ଗୋପ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି l ଧର୍ମେନ୍ଦ୍ର ଙ୍କପରିବାର ମନ୍ତ୍ରୀ ଏବଂ ଚିନୁ କଥା ଉଠିଥିବା ବେଳେ,ଏ ଚିନୁ କିଏ, କିସମ୍ପର୍କ ରହିଛି ମନ୍ତ୍ରୀଙ୍କ ସହିତ l ଗୋପ ଅଞ୍ଚଳ ରୁ ବିନ୍ଦାସ ଚିନୁ ଓ ମନ୍ତ୍ରୀ ଙ୍କୁ ତଦନ୍ତ ପରିସର କରିବାକୁ ଦାବି ଜୋର ଧରିଛି ।

ପୁରୀ ଜିଲ୍ଲା କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *