ଜ୍ବାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ

ଫୋକସ ପ୍ଲସ (କଙ୍କଡ଼ାହାଡ଼)୨୨/୦୭/୨୦୨୨: ଜ୍ବାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମହାବିରୋଡ ଫାଣ୍ଡି ଅଧିନରେ ଥିବା ପଙ୍ଗାତିରା ପଞ୍ଚାୟତ ଗୁଡିସାହି ଗ୍ରାମ ରେ । ଗତ କାଲି ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ କିଟି ମିଟି ଅନ୍ଧାର ଭିତରେ ଶ୍ୱଶୁରକୁ ଟାଙ୍ଗିଆରେ ହାଣି ବିଭତ୍ସ ଭାବେ ହତ୍ୟା କଲା ପିଶାଚ ଜ୍ୱାଇଁ । ମୃତ ଶ୍ୱଶୁର ଜଣଙ୍କ ହେଉଛନ୍ତି ପଙ୍ଗାତିରା ଗୁଡ଼ିସାହିର ପର୍ଶୁରାମ ବାରିକି । ଜ୍ୱାଇଁ ରମଣ ବେହେରା ହତ୍ୟାକାଣ୍ଡ ଘଟାଇବା ପରେ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି। ତେବେ ସୂଚନା ଅନୁଯାୟୀ, ୧୦ ବର୍ଷ ତଳେ ମୃତ ପର୍ଶୁରାମଙ୍କ ଝିଅ ସେହି ଗାଁର ରମଣ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ବିବାହ ପରଠାରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା ।ଯାହାକୁ ନେଇ ପର୍ଶୁରାମ ନିଜ ଝିଅ ଜ୍ବାଇଁକୁ ବୁଝାଇ ଆସୁଥିଲେ ମଧ୍ୟ, ବୁଝିବାରେ ବିଫଳ ହୋଇଥିଲା ପିଶାଚ ଜ୍ବାଇଁ । ତେବେ ଗତ କାଲି ରାତିର ଘଟଣା ଥିଲା ଏକ ଭିନ୍ନ , ନିଜ ସ୍ତ୍ରୀକୁ ହତ୍ୟାକାରିବା ପାଇଁ ରମଣ ରଚିଥିଲା ଏକ ବଡ଼ ଯୋଜନା । ମାତ୍ର ଏସବୁ ସୁରାକ ପାଇ, ଝିଅ ନିଜ ବାପା ଘର ଲୋକଙ୍କୁ ଖବର ଦେଇଥିଲା । ଏକ ଫାଶିର ଦଉଡି ଝୁଲାଇ ନିଜ ସ୍ତ୍ରୀକୁ ହତ୍ୟାକାରିବା ପାଇଁ ଜଗି ବସିଥିଲା ପିଶାଚ ଜ୍ୱାଇଁ ରମଣ । ଯାହାକୁ ନେଇ ଶ୍ୱଶୁର ଓ ଜ୍ବାଇଁଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରେ ଅର୍ଥାତ ବିଳମ୍ବିତ ରାତିରେ ରକ୍ତପାତର ରୂପ ନେଇଥିଲା ।ରମଣର ଟାଙ୍ଗିଆ ଚୋଟରେ ଶ୍ୱଶୁର ପର୍ଶୁରାମ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଗଲେ । ଏ ନେଇ ମହାବିରୋଡ଼ ଫାଣ୍ଡିରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ ଚଳାଇଛି ।

କଙ୍କଡ଼ାହାଡ଼ରୁ ପ୍ରବୀଣ ନାଏକ ଫୋକସ୍ ପ୍ଲସ |

Leave a Reply

Your email address will not be published. Required fields are marked *