ଫୋକସ ପ୍ଲସ 12/3/23(ବ୍ୟୁରୋ): ଗତ ମାର୍ଚ୍ଚ ୪ ରେ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସ୍ଥାନୀୟ ଡେଙ୍ଗାତୋଟା ମଶାଣି ନିକଟରେ ଜୟପୁରର ପ୍ରତିଷ୍ଠିତ ବ୍ୟବସାୟୀ ପବନ ଅଗ୍ରୱାଲଙ୍କ ପୁଅ ଆଦର୍ଶ ଅଗ୍ରୱାଲଙ୍କ ଉପରେ ଗୁଳିମାଡ଼ କରାଯାଇଥିଲା। ଏହି ମାମଲାର ପର୍ଦାଫାଶ କରିଛି ଜୟପୁର ପୋଲିସ। ଆଜି କୋରାପୁଟ ଏସ୍ ପି ଅଭିନବ ଶନକୈାର ଜୟପୁର ଟାଉନ ଥାନାରେ ଏହି ଘଟଣାର ଉପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏବଂ ଏହି ଗୁଳିକାଣ୍ଡ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମୁଦାୟ ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଫେରାର ରହିଛନ୍ତି I ଗିରଫ ଅଭିଯୁକ୍ତମାନେ ହେଲେ ଅଭିଜିତ ମହୁରୀଆ,ଫିରୋଜ୍ ନାଗ, ଏବଂ ସଚିନ୍ ନାୟକ ଓ ଫେରାର ଥିବା ଆସାମୀ ମାନେ ଟୁଲୁ ଖସଲା ଏବଂ ଇମରାନ୍ ଖାଁ I ସୂଚନା ମୁତାବକ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଏବଂ ନବରଙ୍ଗପୁର ଠାରୁ free Activated sim Card କିଣି ଆଦର୍ଶ ଅଗ୍ରୱାଲଙ୍କୁ ଏହି ସିମ୍ କାର୍ଡ ଯୋଗେ ଫୋନରେ ଧମକ ଦେଇ ୫୦ ଲକ୍ଷ ଟଙ୍କା ମାଗିଥିଲେ। ଯାହାଫଳରେ ଏହି ଫୋନ୍ ନମ୍ବର ଗୁଡ଼ିକୁ ଆଦର୍ଶ ଅଗ୍ରୱାଲ ବ୍ଲକ୍ କରିଦେବାରୁ ଏହି ଅଭିଯୁକ୍ତ ମାନେ ଆଦର୍ଶ ଅଗ୍ରୱାଲଙ୍କୁ ମାରିବା ନିମନ୍ତେ ଉଦ୍ୟମ କରିଥିଲେ। ଏବଂ ତାଙ୍କ ଉପରେ ଦିନ ଦ୍ବିପହରରେ ଗୁଳି ଚାଳନା କରିଥିଲେ। କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଆଦର୍ଶ ଅଗ୍ରୱାଲ। ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ୨ ଟି ଖୋକା ମଧ୍ୟ ଜବତ କରିଥିଲା।ଦୀର୍ଘଦିନ ଧରି ପ୍ରତିଷ୍ଠିତ ବ୍ୟବସାୟୀ ପବନ ଅଗ୍ରୱାଲଙ୍କ ମିଲ୍ ରେ କାମ କରିଆସୁଥିବା ସଚିନ ନାୟକ ସମସ୍ତ ପ୍ରକାରର ତଥ୍ୟ ଅଭିଯୁକ୍ତ ଅଭିଜିତ ମହୁରୀଆଙ୍କୁ ଦେଉଥିବା ପୋଲିସ ନିକଟରେ ସ୍ୱୀକାର କରିଥିବା ଓ ଅଭିଯୁକ୍ତ ମାନଙ୍କୁ ସମସ୍ତ ପ୍ରକାରର ଗୁପ୍ତ ସୂଚନା ପ୍ରଦାନ କରିଥିବା ମଧ୍ୟ ପୋଲିସ ସୂଚନା ଦେଇଛି। ପୂର୍ବରୁ ଏହି ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଅଭିଜିତ ମହୁରୀଆ , ଏବଂ ଇମରାନ୍ ଖାଁ ଙ୍କ ନାମରେ ଅଧିକ ମାମଲା ରହିଥିବା କୋରାପୁଟ ଏସ୍ ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତ ମାନଙ୍କୁ ଯଥାଶୀଘ୍ର କାବୁ କରିବାକୁ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ଦୁଇଟି ଟିମ ଗଠନ କରିଥିବା ସହ ଏକ ସ୍ପେସଲ୍ ଟିମ୍ ମଧ୍ୟ ଅଭିଯୁକ୍ତ ମାନଙ୍କୁଧରିବା ନିମନ୍ତେ ଗଠନ ହୋଇଥିଲା ଯାହା ଫଳରେ ଆଜି ଏହି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାରେ ପୋଲିସ ସଫଳ ହୋଇଛି I ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସ୍ ପିଙ୍କ ସମେତ କୋରାପୁଟ ଏସ୍ ଡି ପି ଓ, ଜୟପୁର ଏସ୍ ଡି ପି ଓ, ଜୟପୁର ସଦର ଥାନା ଅଧିକାରୀ, ଜୟପୁର ଟାଉନ ଥାନା ଅଧିକାରୀ, କୋରାପୁଟ ଥାନା ଅଧିକାରୀ ଉପସ୍ଥିତ ରହିଥିଲେ।