ଝରଣାରୁ ପାଣି ବାହାରି ଗ୍ରାମରେ ନଦୀ ପରିସ୍ଥିତି

ଫୋକସ ପ୍ଲସ(ଗଜପତି)୧୬/୦୮/୨୦୨୨: ନୂଆଗଡ ବ୍ଲକ ତାବୋର୍ଡ଼ା ଗ୍ରାମରେ ସାହି ମଝିରେ ଏବଂ ବାସ ଗୃହ ଭିତରେ ଝରଣା ପାଣି ପରି ପାଣି ବାହାରି ସାହି ମଝିରେ ନଦୀ ପରି ପାଣି ବହି ଯାଉଛି ଏବଂ ଘରର କାନ୍ଥ ମଧ୍ଯ ଫାଟି ଯିବା ସହ ଘର ବି ଦବି ଯାଉଛି ଯାହଫଳରେ ସ୍ଥାନୀୟ ଅଧିବାସୀମାନେ ଧନ ଜୀବନ ପ୍ରତି ବିପଦ ଅଛି ବୋଲି ଭୟରେ ରାତି କିମ୍ୱା ଦିନରେ ଶାନ୍ତିରେ ରହି ପାରୁନାହାନ୍ତି ଏ ବାବଦରେ ସରକାରଙ୍କୁ ଗ୍ରାମ ବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନିଆଯାଉନାହିଁ ଏହା ପ୍ରଥମ ଥର ନୁହ ଦୀର୍ଘ ବର୍ଷ ଧରି ଏମିତି ପାଣି ସାହି ମଝିରେ ଏବଂ ଘର ଭିତରେ ପାଣି ବାହାରି ଆସୁଥିବା ଗ୍ରାମବାସୀ ଅଭିଯୋଗ କରି ଆସୁଛନ୍ତି । ବର୍ତମାନ ଗ୍ରାମବାସୀ ସରକାରଙ୍କୁ ନୂତନ ସ୍ଥାନରେ ଜାଗା ଦେଇ ବାସ ଗୃହ କରିଦେବା ନିମନ୍ତେ ନିବେଦନ କରିଛନ୍ତି ଦେଖା ଯାଉ ଆଗୋକୁ ଜିଲ୍ଲା ପ୍ରଶସନଙ୍କ ନିଦ କେବେ ଭାଙ୍ଗୁଛି ଏବଂ ଏ ଗ୍ରାମବାସି ମାନଙ୍କର ଧନ ଜୀବନ କେବେ ରକ୍ଷା ପାଇବା ପାଇଁ ତତ୍ପର ହେଇଛନ୍ତି।

ଗଜପତି ଜିଲ୍ଲା ରୁ ସୁଶାନ୍ତ ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *