ଝଲସିବ ମା ଶାରଳାଙ୍କ ପୀଠ।।FocusPlus

ଫୋକସ ପ୍ଲସ 27/12/2022(ଜଗତସିଂହପୁର): ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ତଥା ପ୍ରାଚୀନ ଶକ୍ତିପୀଠ ଝଙ୍କଡ଼ ଶାରଳାପୀଠର ନବୀକରଣ କାର୍ଯ୍ୟ ଜୋର ସୋରରେ ଆଗଇ ଚାଲିଛି। ବୁଲଡୋଜର ଲଗାଯାଇ ମନ୍ଦିର ନିକଟରୁ ଫଟୋ ଦୋକାନ ମନ୍ଦିର ବେଢାଭିତରେ ଥିବା ବଡ଼ପଣ୍ଡା ପରିଛାଙ୍କ ବିଶ୍ରାମଗୃହ ସହିତ ସେବାୟତମାନଙ୍କ ବିଶ୍ରାମଗୃହକୁ ଭାଙ୍ଗି ଦିଆଯାଇଛି। ପରେପରେ ସିଂହଦ୍ୱାର ସଙ୍ଗଳଗ୍ନ ଶାରଳାମନ୍ଦିର ପୋଲିସଫାଣ୍ଡିକୁ ମଧ୍ୟ ଭାଙ୍ଗି ଧୂଳିସାତ କରାଯାଇଛି । ତେବେ ପର୍ଯ୍ୟଟକଋତୁ ଚାଲିଥିବାରୁ ପ୍ରତିଦିନ ହଜାରହଜାର ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନେ ପୋଲିସର ଟ୍ରାଫିକ ନିୟମମାନି ମନ୍ଦିରକୁ ଯାଇ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳୁଛି ମାତ୍ର ପ୍ରଶାସନ ତରଫରୁ ପୀଠର ପାରିପାର୍ଷିକ ଅଞ୍ଚଳରେ ଉଜ୍ଜଳଆଲୋକର ବ୍ୟବସ୍ଥା ନଥିବାରୁ ରାତିରେ ଏଠାକୁ ଆସୁଥିବା ଯାତ୍ରୀ ମାନେ ଅନ୍ଧକାର ମଧ୍ୟରେ ଯାତାୟାତ କରିବାବେଳେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଶାରଳା ପୀଠର ଏହି ନବୀକରଣ ନିମନ୍ତେ ଯେଉଁସବୁ ପ୍ରାଇଭେଟଲାଣ୍ଡକୁ ଦଖଲକୁ ଆଣିବାପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଥିଲା ।ସେ କ୍ଷେତ୍ରରେ ସେମିତିକିଛି ସଫଳତା ମିଳିପାରିନାହିଁ ।ଯାହାକୁନେଇ ଶ୍ରଦ୍ଧାଳୁଭକ୍ତ ଓ ସ୍ଥାନୀୟଅଧିବାସୀ ମାନଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶାରଳାପୀଠର ଏହି ନବୀକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମକୁ ସାର୍ବଜନୀନ ଭାବେ ସ୍ୱାଗତ କରାଯାଉଥିବା ବେଳେ ଭିତ୍ତିଭୂମିର ବିକାଶପାଇଁ ପ୍ରଶାସନର ତପ୍ତରତା ପ୍ରକାଶ ପାଉନଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

 

Leave a Reply

Your email address will not be published. Required fields are marked *