ଝିଅର ଚିକିତ୍ସା ପାଇଁ ଘରଘର ବୁଲି ସହାୟତା ମାଗୁଛନ୍ତି ପରିବାର

ଫୋକସ ପ୍ଲସ(ବସ୍ତା) ୩୧/୦୭/ ୨୦୨୨:ଝିଅର ବୟସ ମାତ୍ର ଆଠ ବର୍ଷ । ଗଙ୍ଗାଧର ପ୍ରାଥମିକ ବିଦ୍ୟାଳୟ ରେ ଦ୍ବିତୀୟ ଶ୍ରେଣୀରେ ପିଲାଟି ପାଠ ପଢେ। ତେବେ ସ୍କୁଲ ଯିବାପାଇଁ ବାହାରୁ ଥାଏ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କଲା ଛୋଟ ଝିଅଟି। ପାଖରେ ଥିବା ଦୋକାନରୁ ଯନ୍ତ୍ରଣା ପାଇଁ ଔଷଧ ଆଣି ଖାଇଲା ପରେ କିଛିଦିନ ଗଲା କିନ୍ତୁ ଯନ୍ତ୍ରଣା କମିଲା ନାହିଁ l ଗରିବ ଘରର ପିଲା ବାପା ଓ ମା ରୋଗରେ ପୀଡିତ ପଇସା ପତ୍ର ନାହିଁ ମାଗି କରି କିଛି ପଇସା ଧରି ବାଲେଶ୍ୱର ମୂଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ନେଇଥିଲା ମା l ଡାକ୍ତର ପିଲାଟିକୁ ଚିକିତ୍ସା କରି ଦେଖିଲା ପରେ ଭୂବନେଶ୍ବର ରେଫର୍ କରିଥିଲେ l ଆର୍ଥିକ ଖର୍ଚକୁ ଦେଖି ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ବାପା ମା ଘରେ ଥିବା ଦୁଇଟି ଛେଳିକୁ ବିକ୍ରୀକରି ପିଲାକୁ ଭୂବନେଶ୍ବର ନେଇଜାଇଥିବା ରାସ୍ତାରେ ମାଆର ମନ କଣ ହେଲାଯେ ସେଠାରୁ ପୁଣି ହାଇଦ୍ରାବାଦ ନେଇଜାଇଛନ୍ତି ।ମାଆ ତାର ବନ୍ଧୁ ବାନ୍ଧବକୁ ନେଇ ଆଜକୁ ଚାରି ଦିନ ହେଲା ଡାକ୍ତର ଦେଖାଉଛନ୍ତି ଡାକ୍ତର କହୁଛି ଅପେକ୍ଷା କର କାଲି ଦେଖିବା ଏ ପ୍ରଯନ୍ତ କିଛି ଫଳ ନାହିଁ ! ତେବେ ବସ୍ତା ବ୍ଲକର ଭେଲୋରା ଗ୍ରାମପଞ୍ଚାୟତର ଗଙ୍ଗାଧରପୁର ଗ୍ରାମର ନଟବର ସାହୁଙ୍କ ଝିଅ ମଧୁସ୍ମିତା। ତେବେ ତା ହାର୍ଟରେ କଣା ହୋଇଥିବା ଡାକ୍ତର ପରୀକ୍ଷା କରି ଜାଣିଥିବା ବେଳେ କୁନି ଝିଅର ଅପରେସନ୍ ନିହାତି ଜରୁରୀ ହୋଇପଡିଥିବା ବେଳେ ଘରର ଆର୍ଥିକ ଅବସ୍ଥା ଭଲ ନାହିଁ। ତେବେ ଦୁନିଆଁ ଦେଖିବା ଆଗରୁ ଝଡି ପଡିବାକୁ ଥିବା କୁନି ଝିଅର ଜୀବନ ବଞ୍ଚିବାକୁ ହେଲେ ପ୍ରଚୁର ଅର୍ଥର ଆବଶ୍ୟକତା ଥିବାବେଳେ ଝିଅର ଚିକିତ୍ସା ପାଇଁ ଟଙ୍କାଏ ଲେଖାଁଏ ସାହାଯ୍ୟ କରିବାକୁ ଆକୁଳ ନିବେଦନ କରିଛନ୍ତି ବାପା, ମା ସହିତ ବନ୍ଧୁ,ବାନ୍ଧବ,ଗାଁ ସାହି ତଥା ସ୍କୁଲ ଶିକ୍ଷକ ମଧ୍ୟ୍ୟ କୋମଳ ମୋତି ପିଲାଟିର ଜୀବନ ବଞ୍ଚାଇବା ପାଇଁ ଆର୍ଥିକ ସହାୟତା ପାଇଁ ନିବେଦନ କରୁଛନ୍ତି l ଯଦି କେହି ସହୃଦୟ ବ୍ୟକ୍ତି ପିଲାଟିକୁ ବଞ୍ଚାଇବା ପାଇଁ ସାହାଯ୍ୟର ହାତ ବଢ଼ାନ୍ତି ତେବେ ଏହି ନମ୍ବର ରେ ସହାୟତା ଦେଇ ପାରିବେ l

ବସ୍ତାରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ

Leave a Reply

Your email address will not be published. Required fields are marked *