ଝିଅ ନମିଳିଲେ ଥାନା ଆଗରେ ଆତ୍ମହୂତି ଦେବୁ ||

ଫୋକସ ପ୍ଲସ 11/1/2023(କଙ୍କଡ଼ାହାଡ଼): ଆଜକୁ ଏକ ମାସରୁ ଉର୍ଦ୍ଧ ସମୟ ବିତି ଗଲାଣି ହେଲେ ବାଙ୍କୀ ଡମପଡା ଗଡ଼ରୁ ଅପହୃତା ଝୁନା ଜେନାଙ୍କ ଏ ପର୍ଯ୍ୟନ୍ତ କିଛି ବି ଖବର ମିଳିପାରିଲା ନାହିଁ l ଅପର ପଟେ ବାଙ୍କୀ ଥାନାକୁ ଯେତେ ଦୌଡିଲେ ମଧ୍ୟ ଝୁନାଙ୍କ ପରିବାରକୁ ବାଙ୍କୀ ପୋଲିସ ତରଫରୁ ମିଳୁଛି କେବଳ ସେଇ ସମାନ ଉତ୍ତର ଆମେ ଖୋଜୁଛୁ ମିଳିଲେ ଜଣେଇବୁ l ତେଣୁ ଝୁନାଙ୍କ ପରିବାର ଆଜି ବାଙ୍କୀ ପୋଲିସ ଠାରୁ ସବୁବେଳେ ପାଉଥିବା ଏଭଳି ନିରାଶ ଜନକ ଉତ୍ତରରେ ଅତିଷ୍ଠ ହୋଇ ଶେଷରେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟର ଦ୍ୱାରସ୍ତ ହୋଇ ପୋଲିସ ଡିଜିପିଙ୍କୁ ଭେଟି ଗୁହାରି ଜଣାଇଛନ୍ତି ଏବଂ ଏହି ଘଟଣାର ତୁରନ୍ତ ପଦକ୍ଷେପ ନେବା ପାଇଁ ମଧ୍ୟ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ ADG ଆର କେ ଶର୍ମା ନିର୍ଦେଶ ଦେଇଥିବା ମଧ୍ୟ ଜଣାପଡିଛି l ଅପର ପଟେ ଝିଅ ଝୁନାକୁ ଯଦି ପୋଲିସ ବିଭାଗ ଖୋଜିବାରେ ଅସଫଳ ହୁଏ ତେବେ ଆମେ ପୋଲିସ କାର୍ଯ୍ୟାଳୟ ସମୁଖରେ ଆତ୍ମହୁତି ଦେବୁ ବୋଲି ପ୍ରକାଶ କରିଛନ୍ତି ଝିଅ ଝୁନା ଜେନାଙ୍କ ପିତା l

Leave a Reply

Your email address will not be published. Required fields are marked *